ବିଚ୍ ରାସ୍ତାରେ ପୋଲିସଙ୍କୁ କିସ୍ କଲେ ବାଳକ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବାଳକ ବା ଯୁବକ ମହିଳା ପୋଲିସ ଅଧିକାରୀଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲାଜରେ ପୋଲିସ ଜଣକ ଲାଜେଇ ଯାଉଛନ୍ତି । ସେପଟେ ଅନ୍ୟଜଣେ ବ୍ୟକ୍ତି ସେଠାରେ ଛିଡ଼ା ହୋଇଥିବାବେଳେ ସେ ବାଳକକୁ ମାରିବାକୁ ହାତ ଉଠାଉଥିବା ଦେଖିବାକୁ ମିଳିଛି ।
ଭାଇରାଲ ହେଉଥିବା ଏହି ଭିଡିଓରେ କେତେଜଣ ପୋଲିସ ନଜର ଆସିଛନ୍ତି। ଯେଉଁଥିରେ କିଛି ପୁରୁଷ ଏବଂ ମହିଳା ମଧ୍ୟ ଠିଆ ହୋଇଥିବା ଦେଖାଯାଏ। ଭିଡିଓରେ କେତେକ ଲୋକ ମଧ୍ୟ ନଜର ଆସିଛନ୍ତି। ଭିଡିଓରେ ଜଣେ ଯୁବକ ଏବଂ ଜଣେ ମହିଳା ପୋଲିସ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ଏହା ପରେ ବାଳକ ମହିଳା ପୋଲିସ କର୍ମଚାରୀଙ୍କୁ ଆଲିଙ୍ଗନ କରିଥିଲା। ଏହା ପରେ ସେ ମହିଳା ପୋଲିସଙ୍କୁ କିସ୍ କରେ। ଏହା ପରେ ମହିଳା ପୋଲିସଙ୍କୁ ଏହା ବହୁତ ଆଶ୍ଚର୍ଯ୍ୟ ଲାଗେ। ସେଠାରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ଯୁବକଙ୍କର ଏହି କାର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।
ତେବେ ଏହି ଘଟଣାଟି କେଉଁ ଅଞ୍ଚଳର ଯଦିଓ ଜଣା ପଡ଼ିନାହିଁ ତଥାପି IPS.IAS ନାମକ ଏକ ଇନଷ୍ଟାଗ୍ରାମରେ ଏହା ପୋଷ୍ଟ ହୋଇଛି । ଯାହାକି ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ କରୁଥିବାବେଳେ ମଜାଳିଆ କମେଣ୍ଟମାନ କରୁଛନ୍ତି ।
Powered by Froala Editor