ବନ୍ଧାକୋବିରେ ଭରି ରହିଛି ବହୁ ମିନେରାଲ
ଆମ ଦେଶରେ ଉପଲବ୍ଧ ଅନେକ ପନିପରିବା ମଧ୍ୟରୁ ଅନ୍ୟତମ ହେଉଛି ବନ୍ଧା କୋବି। ଏଥିରେ ଭିଟାମିନ୍ କେ, ଭିଟାମିନ୍ ସି, ଭିଟାମିନ୍ ବି୬, କାଲିସିୟମ, ଆଇରନ୍, ଜିଙ୍କ, ସୋଡିୟମ ପରି ବହୁ ମିନେରାଲ ଭରି ରହିଛି।
ନିୟମିତ ଭାବେ ବନ୍ଧାକୋବି ଖାଇଲେ ମୋଟାପଣ, ଡାଏବେଟିସ୍ ଓ ହୃଦରୋଗରୁ ମୁକ୍ତି ମିଳିଥାଏ। ଏହାସହ ଏହାକୁ ରେଡିଏସନ୍ ଥେରାପିରେ ତ୍ୱଚାର ସୁରକ୍ଷା ପାଇଁ ବ୍ୟବହାର କରାଯାଇଥାଏ।
ବନ୍ଧାକୋବିରେ ପ୍ରଚୁର ପରିମାଣରେ ସଲଫର(ସଲଫରେଫେନ୍) ଥିବାରୁ ଏହା କ୍ୟାନ୍ସର ପରି ମହାମାରୀକୁ ମଧ୍ୟ ଦୂର କରିପାରେ। କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ସେବନ କରିବା ଉଚିତ।
ନିୟମିତ ଭାବେ ଦରସିଝା ବନ୍ଧାକୋବି ଖାଇଲେ ରକ୍ତଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିହେବ ବୋଲି ବିଶେଷଜ୍ଞମାନେ କହନ୍ତି।
Powered by Froala Editor