ରୂପା ଛାଉଣି କରାଯିବ ନୀଳମାଧବଙ୍କ ଆସ୍ଥାନ
କଣ୍ଟିଲୋ : କଣ୍ଟିଲୋସ୍ଥିତ ନୀଳମାଧବ ମନ୍ଦିର ଭିତର ଠାକୁରଙ୍କ ଆସ୍ଥାନ ଭିତର କାଠ ସହ ଭୈରବୀ ଦ୍ବାର ପର୍ଯ୍ୟନ୍ତ ରୂପା ଛାଉଣି କରାଯିବ। ପୂଜକ ସଂଘ ସଭାପତି ସଚ୍ଚିଦାନନ୍ଦ ମିଶ୍ର ଓ ସମ୍ପାଦକ ନୀଳମାଧବ ମିଶ୍ର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନୀଳମାଧବ ପୂଜକ ସମାଜ ପକ୍ଷରୁ ସରକାରଙ୍କ ଆର୍ଥିକ ଅନୁଦାନ ବ୍ୟତୀତ ନିଜ ପାଣ୍ଠିରୁ ପ୍ରାୟ ୫୦ଲକ୍ଷ ଟଙ୍କା ବିନିଯୋଗ କରାଯିବାକୁ ସମସ୍ତ ସେବାୟତ ସ୍ବୀକୃତି ଦେଇଛନ୍ତି। ପ୍ରଭୁଙ୍କ ସୁନାବେଶ ପୂର୍ବରୁ ଶ୍ରୀଜୀଉଙ୍କ ଭିତର ରୁପା ଛାଉଣି କରାଯିବ ବୋଲି କୁହାଯାଇଛି।
Powered by Froala Editor