ଗଛକୁ ଧକ୍କା ଦେବା ପରେ ଜଳିଗଲା କାର
ଦଶପଲ୍ଲା: ଦଶପଲ୍ଲାରେ ଦୁର୍ଘଟଣା ପରେ ଜଳିଗଲା କାର। ଶାଳଭଙ୍ଗା ରାସ୍ତାରେ ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଯାଇଥିଲା। କାରରେ ଥିବା ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନେ ଛତିଶଗଡ଼ରୁ ପୁରୀ ଯାଉଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଦଶପଲ୍ଲା ଶାଳଭଙ୍ଗା ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ପରେ କାରଟି ଜଳି ଯାଇଥିଲା। ଗଛକୁ ଧକ୍କା ଦେବା ପୂର୍ବରୁ ବାଇକକୁ ଧକ୍କା ଦେଇଥିଲା କାର। କାର ଜଳୁଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Powered by Froala Editor