ରାଜସ୍ଥାନ ପୁଲିସ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଉତ୍କଳ ରଂଜନ
ଭୁବନେଶ୍ବର: ଉମେଶ ମିଶ୍ରଙ୍କ ସ୍ବେଚ୍ଛାକୃତ ଅବସର ପରେ ଆଇପିଏସ୍ ଉତ୍କଳ ରଂଜନ ସାହୁଙ୍କୁ ରାଜସ୍ଥାନର ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ରାଜସ୍ଥାନ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହୋମଗାର୍ଡ ବିଭାଗର ମହାନିର୍ଦ୍ଦେଶକ ତଥା କମାଣ୍ଡାଣ୍ଟ ଜେନେରାଲ ଆଇପିଏସ ଉତ୍କଳ ରଂଜନ ସାହୁ ଅତିରିକ୍ତ ଭାବେ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ।
ଉତ୍କଳ ରଂଜନ ସାହୁ ଜଣେ ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ଓଡ଼ିଆ ପୁଅ ଉତ୍କଳ ରଂଜନ ସାହୁ ଜୁନ୍ ୨୦୨୦ରେ ଡିଜି ପଦବୀକୁ ଉନ୍ନୀତ ହୋଇଥିଲେ। ଏହା ପୂର୍ବରୁ ତାଙ୍କୁ ସେ ସାଢେ ତିନି ବର୍ଷ ପାଇଁ ହୋମ ଗାର୍ଡ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
Powered by Froala Editor