ଓଲା’ ଡ୍ରାଇଭରକୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗୁଛନ୍ତି ଅପହରଣକାରୀ
ଭୁବନେଶ୍ବର: ଓଲା’ ଡ୍ରାଇଭରକୁ ଫିଲ୍ମ ଷ୍ଟାଇଲରେ ଅପହରଣ । ଅପହରଣ ପରେ ୧୦ ଲକ୍ଷ ଟଙ୍କା ମାଗୁଛନ୍ତି ଅପହରଣକାରୀ । ଏ ନେଇ ତାଙ୍କ ସ୍ତ୍ରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଛାନଭିନ ଆରମ୍ଭ କରିଛି। ଅପହରଣ ହୋଇଥିବା ଡ୍ରାଇଭରଙ୍କ ନାମ ଶଙ୍କର୍ଷଣ ଦାସ ।
ଅଭିଯୋଗ ଅନୁଯାୟୀ, ଅପହରଣକାରୀ ଭିଡିଓ କଲ ଜରିଆରେ ସ୍ୱାମୀକୁ ମାଡ଼ ମାରି ଶଙ୍କର୍ଷଣଙ୍କ ସ୍ତ୍ରୀକୁ ଦେଖାଉଛନ୍ତି। ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗିଛନ୍ତି ଅପହରଣକାରୀ । ଗତକାଲି ରାତି ୮ ଟା ବେଳେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ଅପହରଣ ହୋଇଥିଲା। ଶଙ୍କର୍ଷଣଙ୍କୁ ଏକ କାରରେ କିଛି ଲୋକ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
Powered by Froala Editor