ଡାକ୍ତରଙ୍କୁ ସମ୍ପର୍କୀୟଙ୍କ ମାଡ ମାରିବା ଘଟଣା: ହାଉସ ସର୍ଜନଙ୍କ ଆନ୍ଦୋଳନ ଜାରି
ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀ ସମ୍ପର୍କୀୟ ମାଡ ମାରିବା ଘଟଣା ପ୍ରତିବାଦରେ ହାଉସ ସର୍ଜନଙ୍କ ଆନ୍ଦୋଳନ ଜାରି । ଅଭିଯୁକ୍ତ ଗିରଫ ନହେବା ପର୍ୟ୍ୟନ୍ତ ହାଉସ ସର୍ଜନ କାର୍ୟ୍ୟରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଗତକାଲି ମହିଳା ରୋଗୀଙ୍କ ସ୍ବାମୀ ଓ କିଛି ଯୁବକ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଡାକ୍ତର ବିଶ୍ବରଞ୍ଜନ ସ୍ବାଇଁ ମେଡିକାଲ କଲେଜ ହସ୍ପିଟାଲରୁ ଓପିଡି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଶାନ୍ତିପଡ଼ାରେ ତାଙ୍କୁ ଆକ୍ରମଣ ହୋଇଥିଲା ।
କାଚ ବୋତଲ ଓ ଲୁହା ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ମେଡିକାଲରେ ଡାକ୍ତର କାର୍ୟ୍ୟବନ୍ଦ ଆନ୍ଦୋଳନ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା ।
Powered by Froala Editor