ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯବତୀଙ୍କ ମୃତଦେହ ଉଦ୍ଧାର ଘଟଣା: ତଦନ୍ତ ପାଇ ରାୟଗଡାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ
ମୁନିଗୁଡା: ଚନ୍ଦ୍ରପୁର ଡାକ୍ତରଖାନା ପରିସରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯବତୀଙ୍କ ମୃତଦେହ ଉଦ୍ଧାର ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇ ରାୟଗଡାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ । ଘଟଣାସ୍ଥଳକୁ ଗସ୍ତ କରିବେ କ୍ରାଇମବ୍ରାଞ୍ଚ, ସାଇଣ୍ଟିଫିକ୍ ଟିମ ଓ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ।
ସୂଚନା ଥାଉକି, ଗତ ଡିସେମ୍ବର ୨୧ ତାରିଖରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଡାକ୍ତରଖାନା ପରିସରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ତରଫରୁ ଏହା ହତ୍ୟାକାଣ୍ଡ ବୋଲି ଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଥିଲା । ଘଟାଣାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପର୍ଦ୍ଦାଫାଶ ହୋଇପାରିନାହିଁ।
Powered by Froala Editor