ଜାନୁୟାରୀ ୨ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ
ଭୁବନେଶ୍ବର: କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଜାନୁୟାରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ। ସମସ୍ତ ଜିଲ୍ଲା ଓ ସହରରେ କଂଗ୍ରେସ ଦଳ ମହମବତୀ ଜାଳି ଦୁଇ ମିନିଟ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେବ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶରତ ପଟ୍ଟନାୟକ କହିଛନ୍ତି, ୨୦୦୬ରେ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ପୁଲିସ ନିରୀହ ଆଦିବାସୀମାନଙ୍କୁ ଗୁଳି କରି ହତ୍ୟା କରିଥିଲା। କଳାହାଣ୍ଡିରେ ମଧ୍ୟ ବେଦାନ୍ତ ବିରୋଧରେ ଆଦିବାସୀଙ୍କ ପାଇଁ ରାହୁଲ ଗାନ୍ଧୀ ଆସି ଲଢ଼େଇ କରିଥିଲେ। ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ଆଗକୁ ଆସି ଲଢ଼େଇ କରିବାକୁ ଆଦିବାସୀଙ୍କୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି।
Powered by Froala Editor