ନୂଆବର୍ଷରେ ନିଜ ପ୍ରିୟଜନଙ୍କୁ ଦିଅନ୍ତୁ ଏହି ଉପହାର

କିଛି ଦିନ ମଧ୍ୟରେ ବର୍ଷ ୨୦୨୩ ବିଦାୟ ନେବ। ପାଦ ଥାପିବ ନୂଆବର୍ଷ ୨୦୨୪। ନୂଆବର୍ଷରେ ସଭିଏଁ ପରସ୍ପରକୁ ଶୁଭେଚ୍ଛା ଜଣାଇ ଥାଆନ୍ତି। ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଉପହାର ମଧ୍ୟ ଦେଇ ଥାଆନ୍ତି। ଉପହାର ଦେବା ଦ୍ୱାରା ସମ୍ପର୍କ ଅଧିକ ମଜଭୂତ ହୋଇଥାଏ ବୋଲି କୁହାଯାଏ। ତେବେ ନୂଆବର୍ଷରେ ନିଜ ପ୍ରିୟଜନଙ୍କୁ ଉପହାର ଦେବା ପୂର୍ବରୁ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ..
କାହାରିକୁ କଦାପି ଉପହାରରେ ଜୋତା ଚପଲ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଦାରିଦ୍ର୍ୟତା ଲାଗି ରହିଥାଏ। ଟଙ୍କାର ଅଭାବ ଲାଗି ରହିଥାଏ।
ନୂଆବର୍ଷରେ କାହାରିକୁ ଘଣ୍ଟା କିମ୍ବା ରୁମାଲ ଦିଅନ୍ତୁ ନାହିଁ। ରୁମାଲ ଦେବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ। ସେହିପରି ଘଣ୍ଟା ଦେବା ଦ୍ୱାରା ଭଲ ସମୟ ଦୂର ହୋଇଯାଏ।
କାହାରିକୁ ମଧ୍ୟ ଧାରୁଆ ଜିନିଷ ଉପହାରରେ ଦେବା ଉଚିତ ନୁହେଁ। ଧାରୁଆ ଜିନିଷ ଉପହାର ଦେବା ଦ୍ୱାରା ସମ୍ପର୍କରେ ତିକ୍ତତା ଆସିବା ସହ ପରସ୍ପର ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇଥାଏ।
ପର୍ସ କିମ୍ବା ବ୍ୟାଗ୍ ମଧ୍ୟ କାହାରିକୁ ଉପହାରରେ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସମସ୍ୟା ସୃଷ୍ଟି ହୋଇଥାଏ। ଅଭାବ ଲାଗି ରହିଥାଏ।
ଭଗବାନଙ୍କ ମୂର୍ତ୍ତି କଦାପି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ।
Powered by Froala Editor