ଆଇପିଏସ୍ ସ୍ତରରେ ଅଦଳ ବଦଳ : ଦୀପ୍ତେଶ ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜି
ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ପଦରେ ନିଯୁକ୍ତି ମିଳିଛି । ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ହିମାଂଶୁ ଲାଲଙ୍କୁ ପୂର୍ବାଂଚଳ ଆଇଜି ଦାୟିତ୍ୱ ମିଳିଛି ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବାଲେଶ୍ୱରସ୍ଥିତ ପୂର୍ବାଂଚଳ ଆଇଜି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗର ଆଇଜି ଭାବେ ବଦଳି କରାଯାଇଛି। ସେଠାରେ ଥିବା ୨୦୦୩ ବ୍ୟାଚର ହିମାଂଶୁ କୁମାର ଲାଲଙ୍କୁ ବାଲେଶ୍ୱରସ୍ଥିତ ଉତ୍ତରାଂଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସମ୍ବଲପୁର ରେଞ୍ଜ ଆଇଜି ଥିବା ୨୦୦୨ ବ୍ୟାଚ୍ ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ବଦଳି କରାଯାଇଛି।
ଆଶୀଷ କୁମାର ସିଂହଙ୍କୁ ଅବକାରୀ କମିଶନର ଭାବେ ଅବସ୍ଥାପିତ କରାଯିବା ପରେ କେନ୍ଦ୍ରାଂଚଳ ଡିଆଇଜି ଦାୟିତ୍ୱରେ ଜେଏନ୍ ପଙ୍କଜକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଶ୍ରୀ ପଙ୍କଜ ଏବେ ଏସଟିଏଫ୍ ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି।
ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଦୀପକ କୁମାରଙ୍କୁ ସମ୍ବଲପୁର ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ବରିଷ୍ଠ ଓପିଏସ୍ ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଥିବାବେଳେ ଡିପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସପି ଭାବେ ବଦଳି କରାଯାଇଛି।
Powered by Froala Editor