ଓଡ଼ିଶା-ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ

ଭୁବନେଶ୍ୱର: କୋଟିଆରେ ନିର୍ବାଚନକୁ ନେଇ ଓଡ଼ିଶା- ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ଓଡ଼ିଶାର ନେରେଡିୱାଲସା କେନ୍ଦ୍ରରେ କିଛି ଭୋଟର ଭୋଟ ଦେଇଥିବା ଜଣାଯାଇଛି । ତଳଗଞ୍ଜେଇପଦର, ଉପରସେମ୍ବି ଓ ଧୂଳିପଦର ଲୋକେ ଭୋଟ ଦେଇନାହାନ୍ତି । ଦୁଇ ରାଜ୍ୟର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମଧ୍ୟରେ ଏନେଇ ଆଲୋଚନା ଚାଲିଥିବା ଜଣାଯାଇଛି । କରୋନା ଚିହ୍ନଟ ହୋଇଥିବାରୁ ଓଡ଼ିଶା ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି । ତେବେ ଭୋଟ ହାତେଇବା ପାଇଁ ଆନ୍ଧ୍ର ପ୍ରଦେଶ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଓଡ଼ିଶାରେ ଆନ୍ଧ୍ରର ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନକୁ ନେଇ ଛକାପଞ୍ଝା ଚାଲିଛି ।