ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ଯୋଗୁଁ ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୪.୬ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି।
ଜି. ଉଦୟଗିରି ୪.୬ ଡ଼ିଗ୍ରୀ, ସେମିଳିଗୁଡା ୫.୬ ଡ଼ିଗ୍ରୀ, ଫୁଲବାଣୀ ୬ ଡ଼ିଗ୍ରୀ, କିରେଇ ୭.୧ ଡ଼ିଗ୍ରୀ, କୋରାପୁଟ ୭.୭ ଡ଼ିଗ୍ରୀ, କେନ୍ଦୁଝର ୭.୮ ଡ଼ିଗ୍ରୀ, ଦାରିଙ୍ଗବାଡି ୮ ଡ଼ିଗ୍ରୀ, ଅନୁଗୁଳ ୮.୬ ଡ଼ିଗ୍ରୀ, ଭବାନୀପାଟଣା ୮.୬ ଡ଼ିଗ୍ରୀ, ରାଉରକେଲା ୮.୭ ଡ଼ିଗ୍ରୀ, ସୁନ୍ଦରଗଡ ୯ ଡ଼ିଗ୍ରୀ, ନବରଙ୍ଗପୁର ୯ ଡ଼ିଗ୍ରୀ, ସୋନପୁର ୯.୩ ଡ଼ିଗ୍ରୀ, ଝାରସୁଗୁଡା ୯.୪ ଡ଼ିଗ୍ରୀ, ରାଣୀତାଲ ୯.୪ ଡ଼ିଗ୍ରୀ ଓ ଚିପିଲିମାରେ ୯.୮ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ୟପଟେ, ଶୁକ୍ରବାର ରାତିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ସହ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିବା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
Powered by Froala Editor