ମହିମା ଗାଦିରେ ୧୧୨କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: ନୂଆ ରୂପ ନେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଜୋରନ୍ଦା ସ୍ଥିତ ମହିମା ଗାଦି । ରାଜ୍ୟରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ମଠ ମନ୍ଦିର ନବୀକରଣ ଯୋଜନାରେ ସାମିଲ ହୋଇଛି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ଗାଦି ।
ଏଥିପାଇଁ ପୂର୍ବ ଘୋଷଣା ମୁତାବକ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଗସ୍ତ କରୁଛନ୍ତି । ଆଉ ଯୋରନ୍ଦା ମହିମା ଗାଦିକୁ ସ୍ୱତନ୍ତ୍ର ହେକିକ୍ୟାପ୍ଟର ଯୋଗେ ପହଂଚି ମହିମା ଗାଦିରେ ୧୧୨କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ୟ୍ୟକ୍ରମ ରହିଛି ।
ଏହି ଅବସରରେ ଅନ୍ୟ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ୫ଞ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଯୋରନ୍ଦା ମହିମା ଗାଦିକୁ ଯିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଯୋରନ୍ଦା ମହିମା ଗାଦିରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
Powered by Froala Editor