ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଲାଗିବ ୧୦୮ ଫୁଟର ଧୂପକାଠି, ୪୫ ଦିନ ଯାଏ ଲିଭିବନି

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବିରାଟ ଆୟୋଜନ ଚାଲିଛି । ଇତିମଧ୍ୟରେ ବିଶେଷ ଆକର୍ଷଣ ସାଜିଛି ଏକ ଧୂପକାଠି । ୧୦୮ ଫୁଟ୍ ଲମ୍ବର ଧୂପକାଠି ଗୁଜରାଟର ଭଦୋଦରା ତରସାଲି ଅଞ୍ଚଳରେ ଏହି ଧୂପକାଠି ତିଆରି ଚାଲିଛି। ଏହି ଧୂପ କାଠିର ବିଶେଷତ୍ୱ ହେଉଛି ଥରେ ଜଳିଲେ ୪୫ ଦିନ ଯାଏଁ ଲିଭିବନି। ଏପରିକି ଏହା ସ୍ୱତନ୍ତ୍ର ସୁଗନ୍ଧଯୁକ୍ତ । ଯାହାକି ଆଖପାଖ ଅଞ୍ଚଳକୁ ମହକିତ କରିବ । ରାମଲାଲାଙ୍କ ପ୍ରାଣ ପତିଷ୍ଠାକୁ ନିଆରା କରିବାକୁ ଏହି ଧୂପକାଠି ତିଆରି କରାଯାଇଛି ।
ଜାନୁଆରୀ ୨୨ ତାରିଖ ରେ ପ୍ରଭୂ ରାମଙ୍କ ପ୍ରାଣପ୍ରତିଷ୍ଠା ଯଥେଷ୍ଟ ପୂର୍ବରୁ ୧୬ ତାରିଖରେ ଧୂପକାଠିକୁ ଅଯୋଧ୍ୟାରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି। ଜାନୁଆରୀ ପହିଲାରୁ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ଏହି ଧୂପକାଠିକୁ ଅଯୋଧ୍ୟା ନିଆଯିବ। ଧୂପକାଠି ୩ ହଜାର ୪୨୮ କିଲୋଗ୍ରାମ ଓଜନ ବିଶିଷ୍ଟ । ଏହାର ଚଉଡ଼ା ହେଉଛି ୩.୫ ଫୁଟ୍।
Powered by Froala Editor