ଗଛରେ ଝୁଲୁଛି ଯୁବକ ଓ ଯୁବତୀଙ୍କ ମୃତଦେହ
ଧର୍ମଗଡ଼: ଗୋଟିଏ ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଆମପାଣି ଥାନା ତେନ୍ତୁଲିପଡ଼ା ନିକଟ ଏକ ଗଛରେ ମୃତଦେହ ଝୁଲୁଛି । ଉଭୟ ମୃତକଙ୍କ ଘର ଗୌନ୍ତିଆପଡ଼ାର ବୋଲି ଜଣାଯାଇଛି । ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେନେଇ କିଛି ଜଣାପଡ଼ିନାହିଁ ।
ଅନ୍ୟପକ୍ଷରେ ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଯେ, ଆଜି ଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା କିଛି ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଖିଥିଲେ ।
Powered by Froala Editor