ମୃତ ବ୍ୟକ୍ତି ସହ ୩୦୦ କି.ମି ଯାତ୍ରା, ଜାଣିବା ପରେ ଚମକି ପଡ଼ିଲେ ସହଯାତ୍ରୀ

ଆପଣଙ୍କ ସହ ଜଣେ ବ୍ୟକ୍ତି ବସିଥିବ । କାନରେ ଇୟରଫୋନ ଲଗାଇ ଗୀତ ଶୁଣୁଥିବ । କିନ୍ତୁ ହଠାତ୍ ସେ ବ୍ୟକ୍ତି ମୃତ ବୋଲି ଜାଣିବା ପରେ କେମିତି ଅନଭବ କରିବେ? ନିଶ୍ଚୟ ଶକ୍ତ ଧକ୍କା ଲାଗିବ ନା । ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶରେ କାମାୟନି ଏକ୍ସପ୍ରେସରେ।
କାମାୟନି ଏକ୍ସପ୍ରେସ ଟ୍ରେନରେ ବେତୁଲରେ ରହୁଥିବା ଜଣେ ବାସିନ୍ଦା ଜେନେରାଲ ବଗିରେ ବସି ଯାତ୍ରା କରୁଥିଲେ। ଯାତ୍ରା ସମୟରେ ସେ କାନରେ ଇୟରଫୋନ ଦେଇ ଗୀତ ଶୁଣୁଥିଲେ। କିନ୍ତୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏସମ୍ପର୍କରେ କେହିବି ଖବର ପାଇ ନଥିଲେ। ଶବ ସହିତ ସହଯାତ୍ରୀମାନେ ୩୦୩କିମି ପର୍ଯ୍ୟନ୍ତ ଯାତ୍ରା କରିବା ପରେ ସନ୍ଦେହ ହୋଇଥିଲା। କାରଣ ଝରକା ପାଖ ସିଟରେ ବସିଥିବା ବେତୁଲର ବାସିନ୍ଦାଙ୍କ ଶରୀରରେ ଅନେକ ସମୟ ଧରି କୌଣସି ପ୍ରକାର ହଲଚଲ ହୋଇ ନଥିଲା।
ଏହାପରେ ଯାତ୍ରୀମାନେ ରେଲୱେ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ମୃତଦେହକୁ ଟ୍ରେନରୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ଜିଆରପି ପୁଲିସ ପଠାଇ ଦେଇଥିଲା। ଯାତ୍ରୀଙ୍କୁ ଅତ୍ୟଧିକ ଥଣ୍ଡା ଲାଗିବାରୁ ତାଙ୍କୁ ହୃଦଘାତ ହୋଇଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି।
Powered by Froala Editor