ଚୀନରେ ଭୂକମ୍ପ: କୋଠା ଭୁଶୁଡ଼ି ୧୧୧ ମୃତ
ବେଜିିଂ: ଚୀନର ଗାନ୍ସୁ-କିଙ୍ଗ୍ହାଇର ସୀମାବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଭୂକମ୍ପ ହୋଇଯାଇଛି। ଭୂକମ୍ପ ପ୍ରଭାବରେ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଆହତ ଅଛନ୍ତି। ଭୂକମ୍ପଟି ୬.୧ ତୀବ୍ରତା ବିଶିଷ୍ଟ ବୋଲି ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର କହିଥିବା ବେଳେ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହା ୬.୨ ତୀବ୍ରତାର ବୋଲି ସୂଚନା ରହିଛି।
ଭୂକମ୍ପର କେନ୍ଦ୍ରସ୍ଥଳରୁ ୩୫ କିଲୋମିଟର ଓ ପଶ୍ଚିମରୁ ଦକ୍ଷିଣ-ପଶ୍ଚିମ ଦିଗରୁ ୧୦୨ କିଲୋମିଟର ଦୂରତାରେ ସଂଗଠିତ ହୋଇଛି। ତେବେ ଏହି ଭୂକମ୍ପରେ ନିଖୋଜ ଲୋକଙ୍କୁ ନେଇ ସେପରି କୌଣସି ସୂଚନା ଅଛି କି ନାହିଁ ତାହା ସରକାରୀ ରିପୋର୍ଟରେ ଦର୍ଶାଯାଇ ନାହିଁ।
ଚୀନର ଉତ୍ତର-ପଶ୍ଚିମର ସୀମାବର୍ତ୍ତୀ ଅଞ୍ଚଳର ପୂରା ୫ କିଲୋମିଟର ଭିତରେ ଅନେକ ସ୍ଥାନରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ବହୁ ବଡ଼ ବଡ଼ କୋଠା ଭାଙ୍ଗି ପଡ଼ିଛି। ଭଗ୍ନସ୍ତୁପ ତଳେ ଲୋକ ଚାପି ହୋଇ ରହିଛନ୍ତି। ଏହି ଭୂକମ୍ପ ସଂଗଠିତ ହେବା ପରେ ବିପର୍ୟ୍ୟୟ ପ୍ରଶମନ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିପର୍ୟ୍ୟୟ ପ୍ରଶମନ ପାଇଁ ରହିଥିବା ଚୀନର ଜାତୀୟ ଆୟୋଗ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ୪ର୍ଥ ସ୍ତରୀୟ ବିପର୍ୟ୍ୟୟ ପ୍ରଶମନ ଜରୁରୀକାଳୀନ ପରିସ୍ଥିତିକୁ ସକ୍ରିୟ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।
Powered by Froala Editor