ଆଇଇଡି ବିସ୍ଫୋରଣ ଯୋଜନା ପଣ୍ଡ : ୮ ଆତଙ୍କୀ ଗିରଫ
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) କର୍ଣ୍ଣାଟକାର ବଲାରିରୁ ୮ ଜଣଙ୍କୁ ଗିରଫ କରିଛି। ୮ ଆତଙ୍କୀଙ୍କ ଗିରଫଦାରୀ ସହ ଏନଆଇଏ ଗୋଟିଏ ବଡ଼ ଅଘଟଣକୁ ଟାଳି ଦେଇଛି। ଆଇଇଡି ବିସ୍ଫୋରଣ ଯୋଜନାକୁ ପଣ୍ଡ କରି ଦିଆଯାଇଛି। କାରଣ ଏମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରିଥିଲେ। ବଲାରିରେ ଚାଲିଥିବା ନେଟୱର୍କର ମୁଖ୍ୟ ହେଉଛି ମିନାଜ ଓରଫ ମହମ୍ମଦ ସୁଲେମାନ। ତାକୁ ଏନଆଇଏ ଗିରଫ କରିବାକୁ ସକ୍ଷମ ହୋଇଛି।
ଗିରଫଦାରୀ ପୂର୍ବରୁ ଏନଆଇଏ ୪ ଟି ରାଜ୍ୟର ଏକାଧିକ ସ୍ଥାନରେ ରେଡ୍ କରିଥିଲେ।
କର୍ଣ୍ଣାଟକାର ବଲାରି, ବେଙ୍ଗାଲୁରୁ ସମେତ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଏବଂ ଦିଲ୍ଲୀ ଓ ଝାଡ଼ଖଣ୍ଡର ବୋକାରୋର ୧୯ଟି ସ୍ଥାନରେ ସୋମବାର ଏନ୍ଆଇଏ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସଲ୍ଫର, ପୋଟାସିୟମ ନାଇଟ୍ରେଟ୍, ଗନ୍ପାଉଣ୍ଡର, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରଣ କରାଯିବାକୁ ଥିବା ପ୍ରସ୍ତାବିତ ସ୍ଥାନ ସମ୍ପର୍କିତ କାଗଜାତ ମିଳିଛି।
ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ସହ ନଗଦ ଟଙ୍କା ଏବଂ ଡିଜିଟାଲ ଉପକରଣ ଜବତ ହୋଇଛି। ସେମାନେ ପରସ୍ପର ସହ ଯୋଗାଯୋଗ ପାଇଁ ଏକ ଆପ୍ ବ୍ୟବହାର କରୁଥିଲେ। ଚଢ଼ାଉରେ କର୍ଣ୍ଣାଟକାର ବଲାରି ଏବଂ ବେଙ୍ଗାଲୁରୁ ପୋଲିସ ସାମିଲ ଥିଲେ।
Powered by Froala Editor