ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶ୍ୱଶୁର-ଜ୍ୱାଇଁ ମୃତ
ଉମରକୋଟ : ନବରଙ୍ଗପୁର ରାଇଘର ବ୍ଲକ ଭିମାଟିକିରା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଦୁହେଁ ସଂପର୍କରେ ଶ୍ୱଶୁର ଓ ଜ୍ୱାଇଁ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଭିମାଟିକିରା ଗାଁରେ ଗୋଟିଏ ଶୋକ କାର୍ୟ୍ୟରେ ଯୋଗ ଦେବାକୁ ଯାଉଥିଲେ ଶ୍ୱଶୁର-ଜ୍ୱାଇଁ । ଏହି ସମୟରେ ବାମପଟୁ ଏକ ଟ୍ରକକୁ ଓଭରଟେକ୍ କରୁଥିବା ବେଳେ ଘଟିଲା ଦୁର୍ଘଟଣା । ପଛ ପଟ ଚକା ତଳେ ପଡି ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ଦୁହେଁ ସଂପର୍କରେ ଶ୍ୱଶୁର ଓ ଜ୍ୱାଇଁ ବୋଲି ଜଣାପଡିଛି । ଦୁଇ ମୃତକଙ୍କ ନାମ ଲଖମନ ଜାନି ଓ ଶ୍ଵଶୁର ବଳି ଜାନି ଜଣାପଡିଛି ।
Powered by Froala Editor