ପ୍ରକାଶ ପାଇଲା ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର୍ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାର ଫଳ
ଭୁବନେଶ୍ୱର: ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର୍ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଆଗ୍ନିକ ପଦ ପାଇଁ ୫୮୭୭ଜଣ ଓ ଆଗ୍ନିକ ଡ୍ରାଇଭର ପଦ ୮୧୯ଜଣ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ବିଭାଗୀୟ ୱେବ୍ସାଇଟ୍ www.odishafshgscd.gov.inରେ ପ୍ରାର୍ଥୀ ତାଲିକା ଉପଲବ୍ଧ ହୋଇଛି। ଆସନ୍ତା ୧୮ତାରିଖରୁ କଟକ ନରାଜସ୍ଥିତ ଓଡ଼ିଶା ଫାୟାର୍ ଆଣ୍ଡ ଡିଜାଷ୍ଟର୍ ଇନ୍ଷ୍ଟିଚ୍ୟୁଟ୍ରେ ଶାରୀରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନେ ଆର୍ଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ସମୁଦାୟ ୮୨୬ ଆଗ୍ନିକ ଓ ୧୧୫ ଆଗ୍ନିକ ଡ୍ରାଇଭର୍ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି।
Powered by Froala Editor