ଏଥର ନିର୍ବାଚନରେ ଆମେ ୪୫ ପ୍ରତିଶତ ଭୋଟ ପାଇବୁ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଆଗକୁ ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ନେଇ ଏକ ବଡ଼ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନ ବିଜେପି ଜିତିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ୨୦୧୪ ନିର୍ବାଚନରେ ଲୋକସଭାରେ ୨୨ ପ୍ରତିଶତ ଓ ୨୦୧୯ରେ ଏହା ବଢି ୩୮ ପ୍ରତିଶତ ଭୋଟ ପାଇଥିଲୁ । ଏଥର ନିର୍ବାଚନରେ ଆମେ ୪୫ ପ୍ରତିଶତ ଭୋଟ ପାଇବୁ । ଏଥର ଓଡ଼ିଶାରେ ଆମେ ୧୫ରୁ କମ ଲୋକସଭା ଆସନ ଜିତିବୁନି ।ରାଜନୀତିରେ ୩ ମାସ ଯଥେଷ୍ଟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ସର୍ବାଧିକ ଲୋକପ୍ରିୟ ବୋଲି ଶ୍ରୀ ପ୍ରଧାନ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।
Powered by Froala Editor