ଗୁପଚୁପ ବିକାଳିଙ୍କ ମାସକୁ ରୋଜଗାର ୭୫ ହଜାର
ଗୁପଚୁପ କୁହନ୍ତୁ କି ପୁଚ୍କା । ସମସ୍ତଙ୍କୁ ଭଲ ଲାଗେ । ମାତ୍ର ଏହା କ'ଣ ଚିନ୍ତା କରିଛନ୍ତି ଗୁପ୍ଚୁପ୍ ବ୍ୟବସାୟୀଙ୍କ ଦିନକୁ ଲାଭ କେତେ। ତେବେ ଭିଡିଓ ଦେଖିବା ପରେ କର୍ପୋରେଟରେ କାମ କରୁଥିବା ବ୍ୟକ୍ତିମାନେ ଗୁପ୍ଚୁପ୍ ବ୍ୟବସାୟ କରିବାକୁ ଚିନ୍ତା କରିବେ।
ଇନଷ୍ଟାରେ ଏକ ଭିଡିଓ ଭାଇରାଲ ହେଉଛି। ସେଥିରେ ଜଣେ ଯୁବକ ଗୁପଚୁପ ବିକାଳିଙ୍କୁ ତାଙ୍କର ଦୈନିକ ଆୟ ବିଷୟରେ ପଚାରୁଛନ୍ତି। ଭିଡିଓ ଶୁଟିଂ କରି ତାଙ୍କୁ ଦିନକର ଲାଭ ପଚାରୁଛନ୍ତି? ଏହା ଉପରେ ଗୁପ୍ଚୁପ ବିକ୍ରେତା କୁହନ୍ତି, ୨୫। ବ୍ୟକ୍ତି ପଚାରୁଛନ୍ତି ୨୫ ହଜାର? ଉତ୍ତରରେ ଗୁପଚୁପ ବିକାଳୀ କହୁଛନ୍ତି ୨୫୦୦। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ପରେ ବ୍ୟକ୍ତି ଜଣଙ୍କ ଏହାକୁ ହିସାବ କରି ମାସକୁ ୭୫ ହଜାର ବୋଲି କହୁଛନ୍ତି। କାରଣ ଅନେକ ପିଲା ଚାକିରି କରି ମଧ୍ୟ ଦିନକୁ ଏତିକି ଟଙ୍କା ଆୟ କରିପାରୁନାହାନ୍ତି।
ତେବେ ଏହି ଭିଡିଓ ଦେଖି ଗୁପଚୁପ ବିକିବା ସହଜ କାମ ନୁହେଁ ବୋଲି ଲୋକେ ମତ ରଖିଛନ୍ତି। ଖରା, ବର୍ଷା ଓ ଶୀତରେ ରାସ୍ତା କଡ଼ରେ ଠିଆ ହୋଇ ଗୁପଚୁପ ବିକିବା ସହଜ ନୁହେଁ। ଅଫିସ ଭିତରେ ରହି କାମ କରିବା ସହଜ ବୋଲି ଜଣେ ବ୍ୟବହାରକାରୀ ଲେଖିଥିବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ଗୁପଚୁପକୁ ପ୍ରସ୍ତୁତ କରି ସାରା ଦିନ ରାସ୍ତାକଡ଼ରେ ଠିଆ ହୋଇ ଏହାକୁ ବିକିବା ବହୁତ କଷ୍ଟ।
Powered by Froala Editor