ମାଇଗ୍ରେନ୍ ସମସ୍ୟାରେ ପୀଡିତ କି, କଫି ଠାରୁ ରୁହନ୍ତୁ ଦୂରେଇ

ସକାଳୁ ହେଉ କି ସନ୍ଧ୍ୟା, ଅନେକ ଲୋକ ଚା’ କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି । ଯାହା ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ ଯେତିକି ଭଲ ସେତିକି କ୍ଷତିକାରକ ମଧ୍ୟ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏମିତି କିଛି ରୋଗ ଯଦି ଆପଣ ଚା ବା କଫି ପିଅନ୍ତି ତେବେ ଏହା ମାରାତ୍ମକ ହୋଇପାରେ । ଆସନ୍ତୁ ଜାଣିବା ଏହି ସବୁ ରୋଗ ବିଷୟରେ।
ଡାକ୍ତରଙ୍କ ଅନୁଯାୟୀ ଗର୍ଭବତୀ ମହିଳାମାନେ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଗର୍ଭାବସ୍ଥାରେ ଅଧିକ କଫି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ବ୍ୟାହତ ହେବାର ସମ୍ଭାବନା ରହିଥାଏ । ଯାହା ଗର୍ଭସ୍ଥ ଶିଶୁର ବିକାଶରେ ସମସ୍ୟା ସୃଷ୍ଟି କରିଥାଏ। ଏମିତିକି ଗର୍ଭ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଥାଏ ।
ଯେଉଁମାନେ ମାଇଗ୍ରେନ୍ ସମସ୍ୟାରେ ପୀଡିତ, ସେମାନେ ମଧ୍ୟ କଫି ଠାରୁ ଦୂରେଇ ରହିବା ଉଚିତ୍। ଏହାର କାରଣ ହେଉଛି କଫିରେ ଥିବା କାଫେନ୍ । ଏହା ରକ୍ତ ସଞ୍ଚାଳନରେ ବ୍ୟାଘାତ ସୃଷ୍ଟି କରିଥାଏ । ଅଷ୍ଟିଓପୋରୋସିସ୍ ରୋଗରେ ପୀଡ଼ିତ ଥିବା ରୋଗୀମାନେ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । କଫିରେ ଥିବା କାଫେନ୍ ଶରୀରରୁ କ୍ୟାଲସିୟମ ଶୋଷି ନେଇଥାଏ । ତେଣୁ ଯଥା ସମ୍ଭବ କଫି ଠାରୁ ଦୂରେଇ ରହିବା ଉଚିତ୍।
ସେହିପରି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କଫି ଠାରୁ ଦୂରେଇ ରହିବା ଆବଶ୍ୟକ ।କାରଣ କଫି ପିଇବା ଦ୍ୱାରା ଏହା ଲୋକଙ୍କୁ ଅନିଦ୍ରା ରଖିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବୃଦ୍ଧି କରିଥାଏ, ଯାହାକି ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ।
Powered by Froala Editor