୨୪ ବର୍ଷୀୟ ଆସିକ ଜିତିଲେ ମାଷ୍ଟର ସେଫ୍, ଗାଁରେ ବିକୁଥିଲେ ଜୁସ୍

ମାଷ୍ଟର ସେଫ୍ ଜିତିବାକୁ ଅନେକଙ୍କ ଇଚ୍ଛା । ଗୃହିଣୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି । ହେଲେ ୨୦୨୩ର ମାଷ୍ଟର ସେଫ ବନିଛନ୍ତି ଜଣେ ଜୁସ୍ ବେପାରୀ । ଡିସେମ୍ବର ୮ରେ ମାଷ୍ଟର୍ ସେଫ୍ ଇଣ୍ଡିଆର ଫାଇନାଲ୍ ଥିଲା। ଫାଇନାଲରେ ୨୪ ବର୍ଷୀୟ ମହମ୍ମଦ ଆସିକ ବିଜୟ ଲାଭ କରିଛନ୍ତି।
ମହମ୍ମଦ ଆସିକ ମାଙ୍ଗାଲୁରରେ ରହନ୍ତି। ମାଷ୍ଟର୍ ସେଫ୍ ବନିବା ପୂର୍ବରୁ ସେ ଗ୍ରାମରେ ଏକ ଜୁସ୍ ଦୋକାନ କରି ଜୁସ୍ ବିକୁଥିଲେ। ତାଙ୍କୁ ଖାଦ୍ୟ ବନାଇବାକୁ ବହୁତ ଭଲଲାଗେ। ଯେଉଁଥିପାଇଁ ସେ ମାଷ୍ଟ୍ରସେଫ୍ରେ ଅଂଶଗ୍ରହଣ କରିଥିଲେ।
ମାଷ୍ଟର୍ ସେଫ୍ ଇଣ୍ଡିଆର ଏହି ସିଜିନ୍ ପ୍ରାୟ ୮ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା। ଏଥର ସୋ’କୁ ଜଜ୍ କରୁଥିଲେ ବିକାଶ ଖାନ୍ନା, ରଣବୀର ବରାର୍ ଓ ପୂଜା ଢିଙ୍ଗ୍। ବିଚାରପତିମାନଙ୍କ ପରାମର୍ଶ ଅନୁସାରେ ଆସିକ ପ୍ରତିଦିନ ନିଜକୁ ଅଧିକ ଅଧିକ ସୁଧାରି ଚାଲିଲେ। ସବୁ ବିଚାରପତିମାନେ ତାଙ୍କର ସ୍ବାଦିଷ୍ଟ ରୋଷେଇକୁ ବେଶ୍ ପସନ୍ଦ କରୁଥିଲେ। ଶେଷରେ ଆସିକ ବିଜୟୀ ହୋଇଛନ୍ତି । ଆସିକ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି।
Powered by Froala Editor