ବ୍ରହ୍ମାଣ୍ଡରେ ଘୂରି ବୁଲୁଛି ଭୟଙ୍କର ପିଶାଚ
କାହାଣୀରେ ଆମେ ରାକ୍ଷାସ, ପିଶାଚ କଥା ଶୁଣିଛେ । କେବଳ କଳ୍ପନା କରାଯାଏ ଯେ, ପିଶାଚ ଅତି ଭୟଙ୍କର । ହେଲେ ଆମ ବିଶ୍ୱ ବ୍ରହ୍ମାଣ୍ଡରେ କ’ଣ ସତରେ ପିଶାଚ ଅଛନ୍ତି? ତେବେ ନିକଟରେ ନାସା ଏପରି କିଛି ଭୟଙ୍କର ଫଟୋ ଜାରି କରିଛି । ଯାହାକୁ ସେ ପିଶାଚ ବୋଲି କହୁଛନ୍ତି ।
ଏରୋନେଟିକାଲ ଏବଂ ସ୍ପେସ ରିସର୍ଚ୍ଚ ଏଜେନ୍ସି(ନାସା) ଜେମ୍ସଓ୍ବେବ ସ୍ପେସ ଟେଲିସ୍କୋପରେ ଦେଖା ଯାଇଥିବା ଏକ ଦୃଶ୍ୟ ଶେୟାର କରିଛି। ଏହାକୁ ଡିପ-ସ୍ପେସ ବ୍ଲବ ମନଷ୍ଟର ବା ଭୟଙ୍କର ଦେଖାଯାଉଥିବା ପିଶାଚ କୁହାଯାଉଛି। ପିଶାଚର ଦୁଇଟି ବଡ ବଡ ଆଖିଥିବାବେଳେ ପାଟିଟି ଭୟଙ୍କର ଦେଖାଯାଉଛି। ଯେପରି ପାଟି ଆଁ କରି ସେ ସାରା ବ୍ରହ୍ମାଣ୍ଡକୁ ଗିଳିବ। ତେବେ ଏହା ଏକ ବିଶାଳ ଧୂଳି ଭରିଥିବା ଆକାଶଗଙ୍ଗା, ଯାହାକି ପ୍ରତି ବର୍ଷ ଶତାଧିକ ତାରାକୁ ଜନ୍ମଦେଇଥାଏ।
କିନ୍ତୁ ଫଟୋଟି ଦେଖିଲେ କଳ୍ପନା ଆସିଯିବ ଯେ, ଏହା ଏକ ଭୟଙ୍କର ପିଶାଚ ବୋଲି । ଯାହାବି ହେଉ ବ୍ରହ୍ମାଣ୍ଡ ଏବେବି ବହୁ ରହସ୍ୟମୟ । ଯାହାକୁ ଜାଣିବା ପାଇଁ ଏବେବି ରିସର୍ଚ୍ଚ ଜାରି ରହିଛି ।
Powered by Froala Editor