୨ୟ ଦିନରେ ବି ଚାଲିଛି ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ରେଡ୍
ବଲାଙ୍ଗୀର : ବଲାଙ୍ଗୀରରେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ ଘଟଣା । ୨ୟ ଦିନରେ ବି ଚାଲିଛି ଆୟକର ବିଭାଗର ରେଡ୍ । ବଲାଙ୍ଗୀର, ବୌଦ୍ଧ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ସୂଚନା ।
ବୁଧବାର ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ ହୋଇଥିଲା । ଖାସ୍ କରି ମଦ ବ୍ୟବସାୟୀଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ଚାଲିଥିଲା ରେଡ୍ । ଟିଟିଲାଗଡ଼ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ରେଡ୍ ଚାଲିଥିଲା । ଆଜି ମାନେ ୨ୟ ଦିନରେ ବି ଚାଲିଛି ରେଡ୍ । ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍ ଜାରି ରହିଛି । ଏପିରିକି ବୁଧବାର ରାତିରେ ଟ୍ରକରେ ଜବତ ଟଙ୍କା ନେଇ ଏସ୍ବିଆଇ ଶାଖାକୁ ନିଆଯାଇଥିଲା ।
Powered by Froala Editor