ପ୍ରାଣୀ ଉଦ୍ୟାନରୁ ଦଃଖଦ ଖବର : ୧୪ ମାସର ଆନାକୋଣ୍ଡା ମୃତ
ନନ୍ଦନକାନନରୁ ସମ୍ବଲପୁରକୁ ଯାଇଛି ୮ କୃଷ୍ଣସାର ମୃଗ । ଏହା ଖୁସିଖବର ହୋଇଥିବାବେଳେ ଏକ ଦୁଃଖଦ ଖବର ମଧ୍ୟ ମିଳିଛି । ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଏହି ଆନାକୋଣ୍ଡା ୧୪ ମାସର ବୋଲି ସୂଚନା ରହିଛି ।
କିଛି ଦିନ ହେବ ଆନାକୋଣ୍ଡାଟି ଅସୁସ୍ଥ ହୋଇ ପଡ଼ିଥିଲା। ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ। ଗତକାଲିଠୁ ଆନାକୋଣ୍ଡାଟି ଖାଦ୍ୟ ଗ୍ରହଣ କରୁ ନଥିଲା। ଏହାସହ ବୁଲାବୁଲି କରି ନପାରି ଗୋଟିଏ ସ୍ଥାନରେ ପଡି ରହିଥିଲା। ବୁଧବାର ଆନାକୋଣ୍ଡାଟିର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆନାକୋଣ୍ଡାଙ୍କ ସଂଖ୍ୟା ୯କୁ ହ୍ରାସ ପାଇଥିବା ନେଇ ନନ୍ଦକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Powered by Froala Editor