ବାଘ ଛାଲ ସହ ୬ ଶିକାରୀ ଗିରଫ
କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ୬ ଶିକାରୀଙ୍କୁ ଗିରଫ କରିବା ସହିତ ବାଘ ଶିକାରରେ ବ୍ୟବହୃତ ବହୁ ମାରଣାସ୍ତ୍ର ଜବତ କରିଛି।
କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିଠାରେ କରଲାପତରିଆ ବାଘଛାଲ ଡିଲ୍ ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲା। ସେହି ସମୟରେ ନବରଙ୍ଗପୁର ଜିଲାର ଗଣେଶ ଗଉଡ଼, ଲକ୍ଷ୍ମଣ ଗଉଡ଼, ନବ ନାୟକ ଓ କଳାହାଣ୍ଡି ଜିଲାର ନବ ମାଝିଙ୍କୁ ଅଟକ ରଖିଥିଲା ବନ ବିଭାଗ। ସେମାନଙ୍କୁ ତଥ୍ୟ ଆଧାରରେ ବନ ବିଭାଗ, ଜୟପାଟଣା ଫରେଷ୍ଟ ରେଞ୍ଜର ଚଞ୍ଚରାଗୁଡା ଗାଁରେ ଚଢ଼ଉ କରି ବାଘ ଶିକାରୀ ଋଷି ମାଝୀକୁ ଉଠାଇ ଆଣିଥିଲା। ତା’ଘରୁ ଶିକାରରେ ବ୍ୟବହାର ହେଇଥିବା ଏକ ଦେଶୀ ବନ୍ଧୁକ, ଲୁହା ପଞ୍ଜା, ଭାଲୁ ହାଡ ସମେତ ଅଜଗର ସାପର ଛାଲ ଓ ବହୁ ମାରଣାସ୍ତ୍ର ଜବତ କରିଥିଲା।
ଏନେଇ ଉତ୍ତର ବନଖଣ୍ଡ ଏସିଏଫ୍ ଏସିଏଫ୍ ବିମଲ ପ୍ରକାଶଙ୍କୁ ପଚାରିବାରୁ ମୁଖ୍ୟ ଅଭିଯୁକ୍ତ ଜୟପାଟଣା ଥାନା ଚଞ୍ଚରାଗୁଡ଼ା ଗ୍ରାମର ଋଷି ମାଝି ହୋଇଥିବା ବେଳେ ତାଙ୍କ ଘରୁ ଅଜଗର ସାପର ଛାଲ, ବାଘମାରିବା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଥିବା ସୂଚନା ଦେଇଛନ୍ତି।
Powered by Froala Editor