ଦହି ଖାଇବା ପରେ ଆଦୌ ପିଅନ୍ତୁନି ପାଣି

ପାଣି ଶରୀର ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ପ୍ରତିଦିନ ୮ରୁ ୯ ଗ୍ଲାସ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି ବିଶେଷଜ୍ଞ । କିନ୍ତୁ ଜାଣନ୍ତି କି ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଖାଇବା ପରେ ପାଣି ପିଇବା ଆଦୌ ଉଚିତ୍ ନୁହେଁ । ଯଦି ଏପରି କରନ୍ତି, ତେବେ ଏହା ସ୍ବାସ୍ଥ୍ୟ ପାଇଁ ହୋଇପାରେ ଘାତକ । ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ
ଦହି ଶରୀର ପାଇଁ ବେଶ୍ ହିତକର । ଏହା ହଜମ ପାଇଁ ବେଶ ଉପକାରୀ ଅଟେ । କିନ୍ତୁ ଦହି ଖାଇବା ପରେ ପାଣି ପିଇବା ଆଦୌ ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।
କଞ୍ଚା ହେଉ କି ପାଚିଲା କଦଳୀ, ଏଥିରେ ଫାଇବର ଭରପୁର ମାତ୍ରାରେ ରହିଥାଏ । କିନ୍ତୁ ପାଚିଲା କଦଳୀ ଖାଇବା ପରେ ବି ପାଣି ପିଇଲେ ପେଟରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ଖାଦ୍ୟ ହଜମରେ ଦେଖା ଦେଇଥାଏ ମଧ୍ୟ ସମସ୍ୟା ।
ଚଟ୍ପଟା ଖାଦ୍ୟ ଖାଇବା ବେଳେ କିମ୍ବା ପରେ ପାଣି ପିଅନ୍ତୁ ନାହିଁ । ଏପରି କରିବା ଦ୍ବାରା ପେଟରେ ଜଳାପୋଡା ସମସ୍ୟା ବୃଦ୍ଧି ପାଇଥାଏ । ଯଦି ଏହାକୁ ଖାଇବା ବେଳେ ରାଗ ଲାଗୁଛି ତେବେ କ୍ଷୀର କିମ୍ବା ଦହି ଖାଇପାରିବେ ।
ଫଳ । ଶରୀର ପାଇଁ ରାମବାଣ । ଏଥିରେ ଭରପୁର ମାତ୍ରାରେ ପାଣି ରହିଥାଏ । କିନ୍ତୁ ଅଧିକ ମାତ୍ରାରେ କମଳା, ଅଙ୍ଗୁର ଓ ଲେମ୍ବୁରେ ପାଣି ରହିଥାଏ । ଏହିସବୁ ଫଳ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ।
Powered by Froala Editor