ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

ହିନ୍ଦୁ ଧର୍ମରେ ଯେକୈାଣସି ଶୁଭ କର୍ମ କରିବା ପୂର୍ବରୁ ଗଣେଶଙ୍କ ଆରାଧନା କରାଯାଇଥାଏ । ଗଣେଶ ରିଦ୍ଧି- ସିଦ୍ଧି ଦାତା ଓ ଶୁଭଲାଭର ପ୍ରଦାତା । ଗଣେଶ ଭକ୍ତଙ୍କ ବାଧାବିଘ୍ନ, ସଙ୍କଟ, ରୋଗଦୋଷ ତଥା ଦରିଦ୍ରତା ଦୂର ହୋଇଥାଏ । ପୂଜାକଲେ ଗଣେଶ ପ୍ରସନ୍ନ ହୋଇ ସଙ୍କଟଦୂର କରିଥାନ୍ତି ଓ ମନୋସ୍କାମନା ଦୂର କରିଥାନ୍ତି । ଗଣେଶ ଅମଙ୍ଗଳ ଦୂର କରିଥାନ୍ତି ଓ ଜୀବନର ସମସ୍ତ ବାଧାଦୂର ହୋଇଥାଏ । ଗଣେଶ ଯେତେ ଶ୍ରୀଘ୍ର ରାଗି ଯାଆନ୍ତି ସେତେ ଶୀଘ୍ର ମାନି ମଧ୍ୟ ଯାଇଥାନ୍ତି । ଶାସ୍ତ୍ରରେ କେତୋଟି ସରଳ ଉପାୟ ଦ୍ୱାରା ଗଣେଶଙ୍କୁ ପ୍ରସନ୍ନ କରାଯାଇଥାଏ ।
- ପ୍ରତିଦିନ ସକାଳୁ ସ୍ନାନ ସାରି ଗଣେଶଙ୍କୁ ୫ଟି ଦୁବ ଘାସ ଅର୍ପଣ କରନ୍ତୁ । ଦୁବକୁ ଗଣେଶଙ୍କ ମସ୍ତକରେ ଲଗାନ୍ତୁ । ଚରଣରେ ଦୁବ ଲଗାନ୍ତୁନାହିଁ । ଦୁବ ଅର୍ପଣ କଲାବେଳେ ଇନ୍ଦ ଦୁର୍ବାଦଲଂ ଉଂ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ ।
- ଶାସ୍ତ୍ର ଅନୁସାରେ ସମୀ ଏକମାତ୍ର ଏମିତି ଗଛ ଯାହାକୁ ପୂଜାକଲେ ଗଣେଶ ଓ ଶନିଦେବ ପ୍ରସନ୍ନ ହୋଇଥାନ୍ତି । କଥାରେ ଅଛି ଭଗବାନ ଶ୍ରୀରାମ ମଧ୍ୟ ରାବଣ ଉପରେ ବିଜୟ ପାଇବା ପାଇଁ ସମୀ ବୃକ୍ଷକୁ ପୂଜା କରିଥିଲେ । ସମୀ ଗଣେଶଙ୍କ ଅତିପ୍ରି୍ରୟ ଅଟେ । ନିୟମିତ ଗଣେଶକୁ ସମୀପତ୍ର ଅର୍ପଣ କରିବା ଦ୍ୱାରା ଘରକୁ ଧନ ଓ ସୁଖସମୃଦ୍ଧି ଆସିଥାଏ ।
- ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବାକୁ ପବିତ୍ର ଚାଉଳ ଅର୍ପଣ କରନ୍ତୁ । ଯେଉଁ ଚାଉଳ ଭାଙ୍ଗିନଥାଏ ତାକୁ ପବିତ୍ର ଚାଉଳ କୁହାଯାଏ । ପୂଜାରେ ସବୁବେଳେ ଅରୁଆ ଚାଉଳ ଅର୍ପଣ କରାଯାଇଥାଏ । ଗଣେଶଙ୍କୁ ଶୁଖିଲା ଚାଉଳ ଅର୍ପଣ କରାଯାଇନଥାଏ । ଓଦା କରି ଅର୍ପଣ କରାଯାଏ । ଇନ୍ଦ ଅକ୍ଷତମ୍ ଉଂ ଗଂ ଗଣପତୟେ ନମଃ -ଏହି ମନ୍ତ୍ରକୁ ୩ଥର ଉଚ୍ଚାରଣ କରି ଚାଉଳ ଅର୍ପଣ କରନ୍ତୁ ।
- ଗଣେଶଙ୍କ ନାଲିସିନ୍ଦୂର ବହୁତ ପ୍ରିୟ । ଗଣେଶଙ୍କୁ ପ୍ରସନ୍ନ କରିବାକୁ ନାଲି ସିନ୍ଦୂରରେ ତିଳକ କରନ୍ତୁ । ଗଣେଶକୁ ତିଲକ କରିବା ସହ ନିଜ ମଥାରେ ତିଲକ କରନ୍ତୁ । ଏହା ଦ୍ୱାରା ଗଣେଶଙ୍କ କୃପା ପ୍ରାପ୍ତ ହେବାସହ ଆର୍ଥିକ ସମସ୍ୟା ଓ ବିଘ୍ନ ଦୂର ହୋଇଥାଏ । ଗଣେଶଙ୍କୁ ସିନ୍ଦୂର ଅର୍ପଣ କଲାବଳେ ଏହି ମନ୍ତ୍ର କୁହନ୍ତୁ - ସିନ୍ଦୂର ଶୋଭନମ ରକ୍ତଂ ସୈାଭାଗ୍ୟଂ ସୁଖବର୍ଦ୍ଧନଂ । ଶୁଭଦଂ କାମଦାଂ ଚୈୱ ସିନ୍ଦୂରଂ ପ୍ରତିଗୃହୟତାମ୍ । । ଓଂ ଗଂ ଗଣପତୟେ ନମଃ ।
- ପର୍ଶୁରାମଙ୍କ ସହ ଯୁଦ୍ଧ କଲାବେଳେ ଗଣେଶଙ୍କ ଗୋଟିଏ ଦାନ୍ତ ଭାଙ୍ଗିଯାଇଥିଲା । ସେଥିପାଇଁ ଚୋବେଇ ଖାଇବାରେ ଗଣେଶଙ୍କୁ ସମସ୍ୟା ହୋଇଥାଏ । ମୋଦକ ବହୁତ ନରମ ହୋଇଥାଏ,ଯେଉଁଥିପାଇଁ ତାକୁ ଚୋବାଇବାକୁ ପଡ଼ିନଥାଏ । ସେଥିପାଇଁ ମୋଦକ ଗଣେଶଙ୍କ ଅତି ପ୍ରିୟ । ମୋଦକ ଭୋଗ କଲେ ଗଣେଶ ଶୀଘ୍ର ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରନ୍ତି ।
Powered by Froala Editor