ତେଜସ୍’ ଲଢୁଆ ବିମାନରେ ବୁଲିଲେ ମୋଦୀ
ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରାୟତ ‘ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ତେଜସ୍’ ଲଢୁଆ ବିମାନରେ ଚଢ଼ି ବୁଲିଛନ୍ତି।‘ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ୟ୍ୟ ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ଯାଇଛନ୍ତି।ଭାରତୀୟ ବାୟୁସେନାର ଏହି ହାଲୁକା ଲଢୁଆ ବିମାନ ‘ତେଜସ୍’ରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ମନିଟ୍ ଧରି ଉଡ଼ାଣ କରିଥିଲେ
ଏ ସଂକ୍ରାନ୍ତରେ ଅନୁଭୂତି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ‘ଏକ୍ସ୍’ ପୋଷ୍ଟ୍ରେ ଲେଖିଛନ୍ତି: ‘ତେଜସ୍’ରେ ବସି ସ୍ବଳ୍ପ ସମୟ ପାଇଁ ଉଡ଼ିଲି। ଏ ଅନୁଭୂତି ଅତ୍ୟନ୍ତ ଚମତ୍କାର, ଦେଶର ସ୍ବଦେଶୀ ସାମର୍ଥ୍ୟ ଉପରେ ମୋ ଆତ୍ମବିଶ୍ବାସକୁ ଯଥେଷ୍ଟ ସୁଦୃଢ଼ କରିଛି। ଆମ ଭବିଷ୍ୟତର ଜାତୀୟ ସମ୍ଭାବନା ପ୍ରତି ମୋର ଗୌରବବୋଧ ଓ ପ୍ରତ୍ୟାଶାକୁ ପୁନଃଜାଗରୁକ କରିଛି। ଭାରତୀୟ ବାୟୁସେନା, ‘ଡିଆର୍ଡିଓ’ ଓ ‘ଏଚ୍ଏଲ୍’କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ କୌଣସି ଗୁଣରେ କମ୍ ନୁହେଁ।
Powered by Froala Editor