କିମ୍ ଜୋଙ୍ଗ୍ ଉନ୍ଙ୍କ ‘ୱାର୍କସ ପାର୍ଟି ଅଫ୍ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ଭୋଟ
ପୋୟାଙ୍ଗୟାଙ୍ଗ୍: ଉତ୍ତର କୋରିଆରେ ଗତ ୧୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବୁଧବାର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ‘ୱାର୍କସ ପାର୍ଟି ଅଫ୍ କୋରିଆ’କୁ ରେକର୍ଡ ୯୯.୯୩ ପ୍ରତିଶତ ଭୋଟ ମିଳିଥିବା ଜଣାପଡିଛି। ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି (ପାର୍ଲାମେଣ୍ଟ) ପାଇଁ ହୋଇଥିବା ଏହି ନିର୍ବାଚନରେ ୯୯.୯୯ ପ୍ରତିଶତ ମତଦାନ ହୋଇଥିବା ପ୍ରକାଶ। ଆସନ୍ତା ସପ୍ତାହରେ ଆସେମ୍ବ୍ଲିର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନରେ କିମ୍ ପୁନଶ୍ଚ ଦେଶର ସର୍ବୋଚ୍ଚ ଶାସକ ମନୋନୀତ ହେବା ନିଶ୍ଚିତ ଜଣାପଡୁଛି। ଆଗାମୀ ଅଧିବେଶନରେ କିମ୍ଙ୍କ ଶତାଧିକ ଡେପୁଟି ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ କିମ୍ଙ୍କ ଭଉଣୀ ମିକ୍ ୟୋ-ଜୋଙ୍ଗ୍ ଏବଂ ବିଦେଶ ମନ୍ତ୍ରୀ ଚୋଇ ସୋନ୍-ହୁଇ ମଧ୍ୟ ସାମିଲ ଅଛନ୍ତି।
Powered by Froala Editor