"ସର୍କେ ଚୁନର୍ ତେରୀ ସର୍କେ' ଗୀତ ବ୍ୟାନ୍
ବଲିଉଡ୍ ଫିଲ୍ମ "କେଡି: ଦ ଡେଭିଲ୍'ର ଗୀତ "ସର୍କେ ଚୁନର୍ ତେରୀ ସର୍କେ'କୁ ନେଇ ବିବାଦ ତେଜିଛି । ଗୀତରେ ନୋରା ଫତେହି ଓ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି । ଗୀତରେ ଅଶ୍ଳୀଳ ଓ ଯୌନସୂଚକ ଦୃଶ୍ୟ ରହିଥିବାର ଅଭିଯୋଗ ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି, ଆମେ ଏହି ଗୀତକୁ ବ୍ୟାନ୍ କରିଛୁ । ଏହାସହ ସେ କହିଛନ୍ତି କି, ଆମକୁ କହିବାର ସ୍ୱାଧିନତା ରହିଛି । କିନ୍ତୁ ଯାହା ସମାଜ ଏବଂ ସଂସ୍କୃତିକୁ ନିନ୍ଦିତ କରାଯାଉଥିଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଏହି ଗୀତକୁ ବ୍ୟାନ୍ କରାଯାଇଥିବାବେଳେ ଦ୍ୱିଅର୍ଥ ବୋଧକୁ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିଥିବା ଦେଖିବାକୁ ମିଳିଛି । ତେବେ ସମାଜବାଦୀ ପର୍ଟି ସାଂସଦ ଆନନ୍ଦ ଭଦୋରିଆ ଏହି ପ୍ରସଙ୍ଗକୁ ପ୍ରଥମ ତଳ ସଦନରେ ଉଠାଇଥିଲେ । ଏହାସହ ସରକାରଙ୍କୁ ମଧ୍ୟ ଏହାର ଉତ୍ତର ରଖିବାକୁ ଦାବି କରିଥିଲେ । ଏବେ ନିଜର ପ୍ରତିକ୍ରିୟା ରଖିବା ସହ ଗୀତକୁ ବ୍ୟାନ୍ କରାଯାଇଥିବା ନେଇ କହିଛନ୍ତି ମନ୍ତ୍ରୀ ।
ରିପୋର୍ଟ ଅନୁସାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏ ମାମଲାରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)କୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିଲେ । ଗୀତରେ ସଞ୍ଜୟ ଦତ୍ତଙ୍କ ଭଳି ଲାକପ୍ରିୟ କଳାକାର ଥିବାରୁ ବ୍ୟାପକ ସମାଲୋଚନା କରାଯାଉଛି । ଆଲୋଚକଙ୍କ ଦାବି, ଗୀତର ବାଲୀ, ଦୃଶ୍ୟ ଓ ନୃତ୍ୟ ଅଶ୍ଳୀଳତା ଓ ମହିଳାଙ୍କୁ ବସ୍ତୁ ଭାବେ ପ୍ରାତ୍ସାହିତ କରୁଛି । ଯୁବ ଦର୍ଶକଙ୍କ ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି ।
Powered by Froala Editor