ଗାଜା ହସ୍ପିଟାଲରେ ହମାସ ଆତଙ୍କବାଦୀ ରଖୁଥିଲେ ଗ୍ରେନେଡ, ଗୋଳାବାରୁଦ
ଗାଜାର ସର୍ବବୃହତ ଅଲ ଶିଫା ହସ୍ପିଟାଲରୁ ମିଳିଛି ହମାସର କମାଣ୍ଡ ସେଣ୍ଟର ଓ ବିପୁଳ ଅସ୍ତ୍ରଶସ୍ତ୍ର । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଚାଲିଥିବା ରେଡରେ ଏହି ସୂଚନା ମିଳିଛି । ଇସ୍ରାଏଲ ଦାବି କରିଛି ଯେ ହମାସ ହସ୍ପିଟାଲରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ।
ଇସ୍ରାଏଲ ଡିଫେନ୍ସ ଫୋର୍ସ (IDF) ଦାବି କରିଛି ଯେ ହମାସ ଅଲ-ଶିଫା ହସ୍ପିଟାଲର ଏମଆରଆଇ ୟୁନିଟକୁ ଏକ କାର୍ଯ୍ୟକ୍ଷମ ମୁଖ୍ୟାଳୟ ଭାବରେ ବ୍ୟବହାର କରିଛି ଏବଂ ବୈଷୟିକ ଉପକରଣ ସଂରକ୍ଷଣ କରୁଛି। ଏହି କାରଣ ଯୋଗୁ ହସ୍ପିଟାଲକୁ ଆଇଡିଏଫ ପ୍ରମୁଖ ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ କରିଛନ୍ତି ଘେରାବନ୍ଦୀ । ହସ୍ପିଟାଲ ପରିସରରେ ରହିଥିବା ଏକ କୋଠାରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଗୋଳାବାରୁଦ, ସୈନ୍ୟଙ୍କୁ ସୁରକ୍ଷା ଦେବାରେ ବ୍ୟବହୃତ ହେଉଥିବା ଜ୍ୟାକେଟ ଆଦି ଜବତ କରାଯାଇଛି । ଏହି କୋଠାରେ ହମାସର କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିବାେଳେ ବିଭିନ୍ନ ପ୍ରଯୁକ୍ତିଗତ ଯନ୍ତ୍ରପାତି ରହିଥିଲା ।
ହସ୍ପିଟାଲ ଉପରେ ହୋଇଥିବା ରେଡକୁ ବି ସମର୍ଥନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାାହୁ । ସେପଟେ ଗାଜାରେ ମାନବିକ ସହାୟତା ଲାଗି ଅସ୍ତ୍ରବିରତି ସଂକ୍ରାନ୍ତ ଏକ ପ୍ରସ୍ତାବ ଜାତିସଂଘରେ ହୋଇଛି ଗୃହୀତ ।
Powered by Froala Editor