ସବୁ ବ୍ୟବସାୟୀଙ୍କୁ ଚିଠି: ଓଡ଼ିଶାରେ କମ୍ ଓଜନର ଖାଇବା ତେଲ ପ୍ୟାକେଟ ନିଷେଧ

ଭୁବନେଶ୍ବର: ଓଡ଼ିଶାରେ ନିଷେଧ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍ । ସବୁ ବ୍ୟବସାୟୀଙ୍କୁ ଚିଠି ଲେଖି ଜଣାଇଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଓଡ଼ିଶାରେ ବଜାରରେ କେତେକ କମ୍ପାନୀ କମ୍ ଓଜନର ଖାଇବା ତେଲ ବିକ୍ରି କରୁଛନ୍ତି ବୋଲି ଖବର ପ୍ରସାରଣ ହୋଇଥିଲା । ଯେଉଁ କମ୍ପାନୀ ଲିଟରିକିଆ ତେଲ ପ୍ୟାକେଟରେ ୯୧୦ ଗ୍ରାମ୍ ଓ ୮୭୦ ଗ୍ରାମ୍ ଓଜନ ବିଶିଷ୍ଟ ପ୍ୟାକେଟ୍ ଯୋଗାଇବେ ସେମାନଙ୍କ ତେଲକୁ ଓଡ଼ିଶାର ଗ୍ରାହକଙ୍କୁ ବିକ୍ରି କରାଯିବ । ନିର୍ଦ୍ଦେଶ ଅନୁପାଳନ ନ କଲେ ବେପାରୀ ଗଣିବେ ଆର୍ଥିକ ଜରିମାନା । ଅସାଧୁ କମ୍ପାନୀ ବିରୋଧରେ ହାଇକୋର୍ଟ ଯିବ ବୋଲି ଚେତାବନୀ ଦେଇଛି ବ୍ୟବସାୟୀ ମହାସଂଘ ।
Powered by Froala Editor