ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଦୀପାବଳି ଶୁଭେଚ୍ଛା

ଭୁବନେଶ୍ୱର : ଆଜି ପବିତ୍ର ଦୀପାବଳି । ଆଲୋକର ପର୍ବ ଦୀପାବଳି । ଗାଁରୁ ସହର ସବୁଠି ଜଳ ଉଠିବ ଲକ୍ଷ ଲକ୍ଷ ଦୀପ । ମନ୍ଦିର, ଘର, ଅଫିସ, ବ୍ୟବସାୟୀ ପ୍ରତିଷ୍ଠାନାରେ ସବୁଠୁ ଝଲସିବ ।ତେବେ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦୀପାବଳି ଅବସରରେ ମୋ ତରଫରୁ ପୁରା ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଦେଶବାସୀଙ୍କୁ ମୋ ତରଫରୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
Powered by Froala Editor