ଚାଲିଗଲା ‘ବିନି’ : ନନ୍ଦନକାନନରେ ଏକ ମାତ୍ର ଆଫ୍ରିକୀୟ ସିଂହୀର ମୃତ୍ୟୁ

ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ମାତ୍ର ଆଫ୍ରିକୀୟ ସିଂହୀ ‘ବିନି’ର ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ହୋଇଛି। ଗତ ୫ଦିନ ଧରି ଅସୁସ୍ଥ ରହିଥିଲା ବିନି। ୩ଟି ଡାକ୍ତରୀ ଟିମ୍ ବିନିର ଚିକିତ୍ସା କରୁଥିଲେ। ତେବେ ଗୁରୁବାର ତା'ର ମୃତ୍ୟୁ ହୋଇଛି। ଫଳରେ ନନ୍ଦନକାନନରୁ ଆଫ୍ରିକୀୟ ସିଂହ ବଂଶ ଲୋପ ପାଇଛି ।
ବିନିକୁ ୧୭ ବର୍ଷ ବୟସ ହୋଇଥିଲା। ତାକୁ ଗତ ୨୦୧୫ ମସିହାରେ ୮ ବର୍ଷର ହୋଇଥିବାବେଳେ ଇସ୍ରାଏଲର ତେଲଆଭିଭରୁ ଅନ୍ୟ ୩ଟି ସିଂହଙ୍କ ସହିତ ନନ୍ଦନକାନନକୁ ଅଣାଯାଇଥିଲା। ଏବେ ନନ୍ଦନକାନନରେ ଆଫ୍ରିକୀୟ ଓ ଏସୀୟ ସିଂହକୁ ମିଶାଇ ମୋଟ ୨୧ଟି ସିଂହ ରହିଛନ୍ତି। ଏହାପୂର୍ବରୁ ଅଗଷ୍ଟ ୨୬ରେ ୯ ମାସର ଅଣ୍ଡିରା ସିଂହ ଶାବକର ମୃତ୍ୟୁ ହୋଇଥିଲା।
ସେହିଭଳି ଗତ ସେପ୍ଟେମ୍ବରରେ ନନ୍ଦନକାନନରେ ମାଈ ଭାଲୁ 'ତାରିଣୀ'ର ମୃତ୍ୟୁ ଘଟିଥିଲା । ୮ ବର୍ଷର ଏହି ଭାଲୁର ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା ସମୟରେ ହିଁ ତା'ର ମୃତ୍ୟୁ ହୋଇଥିଲା।
Powered by Froala Editor