ଏସବିଆଇ ମେନ ବ୍ରାଞ୍ଚ ୪ ଦିନ ସିଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଭୁବନେଶ୍ୱର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ ପୁଣି ସିଲ କରାଯାଇଛି । ଦିନେ କି ଦୁଇ ଦିନ ପାଇଁ ନୁହେଁ ଏକାବେଳେ ୪ ଦିନ ପାଇଁ ସିଲ କରାଯାଇଛି । ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ବ୍ୟାଙ୍କକୁ ଆଉ ୪ଦିନ ପାଇଁ ସିଲ କରାଯାଇଛି । ଆସନ୍ତାକାଲି ଅର୍ଥାତ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମୋଟ ୯୬ ଘଣ୍ଟା ପାଇଁ ବିଏମସି ପକ୍ଷରୁ ଉକ୍ତ ବ୍ୟାଙ୍କକୁ ସିଲ କରାଯାଇଛି । ପୂର୍ବରୁ ବ୍ୟାଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ୨ ଦିନ ପାଇଁ ସିଲ କରାଯାଇଥିଲା ।