ଜଗମୋହନ ମରାମତି ମାମଲା: ଏଏସ୍ଆଇ ତଥ୍ୟକୁ ନେଇ ଅସନ୍ତୋଷ ଜାହିର କଲେ ହାଇକୋର୍ଟ

କଟକ :ଜଗମୋହନ ମରାମତି ମାମଲାରେ ବୁଧବାର ଏଏସଆଇର ସତ୍ୟପାଠ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ସତ୍ୟପାଠ ଅସମ୍ପୂର୍ଣ୍ଣ ଦର୍ଶାଇ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଅଗ୍ରାହ୍ୟ ପରେ ଏଏସଆଇ କର୍ତ୍ତୃପକ୍ଷ ସତ୍ୟପାଠ ଫେରାଇ ନେଇଛନ୍ତି। ଜଗମୋହନ ମରାମତି ମାମଲାରେ ଏଏସ୍ଆଇ ତଥ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ହାଇକୋର୍ଟ । ଏହାସହିତ ସାନି ସତ୍ୟପାଠ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଆସନ୍ତା ୧୫ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବା ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି । ୨୦୧୭ରୁ ଏବେ ଯାଏଁ ହୋଇଥିବା ସମସ୍ତ ବିବରଣୀ ମାଗିଥିଲେ ହାଇକୋର୍ଟ । କିନ୍ତୁ ଏଏସ୍ଆଇ ଦେଇଥିବା ତଥ୍ୟ ସନ୍ତୋଷଜନକ ନଥିଲା । ସେଥିପାଇଁ ହାଇକୋର୍ଟ ଏଏସଆଇ ଦେଇଥିବା ତଥ୍ୟରେ ଅସନ୍ତୋଷ ଜାହିର କରିଛନ୍ତି ହାଇକୋର୍ଟ । ଶେଷରେ ଆସନ୍ତା ୧୫ ତାରିଖ ସୁଦ୍ଧା ସାନି ସତ୍ୟପାଠ ଦାଖଲ କରିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor