୨ ବାଘଛାଲ ବେପାରୀଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ । ୨ ବେପାରୀଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କଫୋର୍ସ । ଗିରଫ ୨ ଅଭିଯୁକ୍ତ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ । ଜବତ ବାଘ ଛାଲକୁ ବାୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ପଠାଯିବ । ଏସଟିଏଫ କେସ ନମ୍ବର ୨୭, ଦଫା ୩୭୯, ୪୧୧, ୧୨୦ ବି ସହ ବନ୍ୟଜନ୍ତୁ ସରଂକ୍ଷଣ ଆଇନ ଆଧାରରେ ମାମଲା ରୁଜୁ କରିଛି । ରାୟଗଡା ଏସଡିଜେଏମ କୋର୍ଟ ନିକଟରେ ଅଭିଯୁକ୍ତଙ୍କୁ ହାଜର କରିବ ଏସଟିଏଫ ।
Powered by Froala Editor