ମହିଳାଙ୍କ ସନ୍ଦେହଜନକ ମୃତଦେହ ଠାବ

ଭଦ୍ରକ: ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଠାବ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖୀର ଥାନା ନପଙ୍ଗ ଚଣ୍ଡି ମା ପଡିଆ ନିକଟରୁ ଠାବ ହୋଇଛି ମୃତଦେହ । ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ମଣିନାଥପୁର ଗାଁର ତପସ୍ୱିନୀ ଦାସ ନପଙ୍ଗ ଗାଁର ସିପୁନ ଦାସଙ୍କୁ ସେ ଏକ ବର୍ଷ ତଳେ ବିବାହ କରିଥିଲେ। ତେବେ ସୋମବାର ଦିନ ସକାଳୁ ସକାଳୁ ତପସ୍ୱିନୀଙ୍କ ମୃତଦେହ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନପଙ୍ଗ ଚଣ୍ଡୀ ମା ପଡିଆ ନିକଟରୁ ଉଦ୍ଧାର ହୋଇଛି । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ଏହା ହତ୍ୟା ବୋଲି ଅନୁମାନ କରାଯାଉଛି। ପୋଲିସର ପ୍ରାଥମିକ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
Powered by Froala Editor