କରୱାଚୌଥରେ ବାପଘରୁ ଆସିଲେନି ସ୍ତ୍ରୀ, ଆତ୍ମହତ୍ୟା କରିଦେଲେ ସ୍ୱାମୀ
ଗତ ବୁଧବାର ମହିଳାମାନେ କର୍ୱା ଚୌଥ୍ ବ୍ରତ ରଖି ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କାମନା କରିଛନ୍ତି। ମାତ୍ର ଉତ୍ତରପ୍ରଦେଶର ଭୁଟା ପୁଲିସ୍ ଷ୍ଟେଶନ ଅଞ୍ଚଳର ଗୁଗା ଗ୍ରାମରେ ଜଣେ ୨୪ ବର୍ଷୀୟ ପ୍ରମୋଦ ଫାଶୀ ଲଗାଇ ଜୀବନ ହାରିଥିବା କଥା ପୁଲିସ କହିଛି। ପ୍ରାୟ ୨ ମାସ ପୂର୍ବେ ବାପ ଘରକୁ ଚାଲି ଯାଇଥିବା ପତ୍ନୀ କରବା ଚୌଥରେ ନ ଫେରିବାରୁ ଝୁଲି ପଡ଼ିଛନ୍ତି ସ୍ୱାମୀ।
ପ୍ରମୋଦଙ୍କ ପତ୍ନୀ ପ୍ରୀତି ୨ ମାସ ହେବ ନିଜ ବାପ ଘରକୁ ଚାଲି ଯାଇଛନ୍ତି। ପ୍ରମୋଦ ବହୁ ବୁଝାଶୁଝା ପରେ ବି ସେ ଶାଶୁ ଘରକୁ ଫେରୁ ନ ଥିଲେ। ଗତ ବୁଧବାର କରବା ଚୌଥ ଅବସରରେ ଘରକୁ ଫେରିବାକୁ ପ୍ରମୋଦ ନିଜ ପତ୍ନୀ ପ୍ରୀତିଙ୍କୁ ଫୋନ୍ କରି ଅନୁରୋଧ କରିଥିଲେ। ମାତ୍ର ଏହି ଘଟଣାକୁ ନେଇ ପ୍ରମୋଦଙ୍କର ତାଙ୍କ ଶାଶୁଙ୍କ ସହ ପାଟିଗୋଳ ହୋଇଥିଲା। ସେଦିନ ରାତିରେ ସେ ଜୀବନ ହରାଇଛି।
ସୂଚନାଯୋଗ୍ୟ, ସ୍ବାମୀଙ୍କ ସୁରକ୍ଷା ଓ ଦୀର୍ଘଜୀବନ କାମନା କରି ‘କର୍ୱା ଚୌଥ୍’ ଦିନ ମହିଳାମାନେ ସୂର୍ଯ୍ୟୋଦୟରୁ ଚନ୍ଦ୍ରୋଦୟ ପର୍ଯ୍ୟନ୍ତ ଉପବାସ ବ୍ରତ ପାଳନ କରନ୍ତି।
Powered by Froala Editor