ବିକଳ୍ପ: ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସରେ ଏକ୍ସଚେଞ୍ଜ ହେବ ୨୦୦୦ ଟଙ୍କିଆ ନୋଟ

ଭୁବନେଶ୍ୱର: ଆଉ ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସରେ ପଠାଇବେ ୨ ହଜାର ଟଙ୍କିଆ ନୋଟ । ୨ ହଜାର ଟଙ୍କିଆ ନୋଟ୍ ଆରବିଆଇର ଆଂଚଳିକ କାର୍ୟ୍ୟାଳୟକୁ ପଠାଇପାରିବେ । ବିଶେଷ କରି ବ୍ୟକ୍ତିଗତ ଭାବେ ଆଞ୍ଚଳିକ କାର୍ୟ୍ୟାଳୟକୁ ଯାଇପାରୁନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବିକଳ୍ପ ବେଶ ଏବେ ଲାଭଦାୟକ ହେବ ବୋଲି ଆଶା ରଖିଛି ଆରବିଆଇ ।
୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ୍ ରିସେପଟେକେଲ ବା ଟିଏଲଆର ଫର୍ମ ମଧ୍ୟ ପ୍ରଦାନ କରୁଛି । ନିରବଚ୍ଛିନ୍ନ ଏବଂ ସୁରକ୍ଷିତ କ୍ରେଡିଟ୍ ପାଇଁ ଆରବିଆଇକୁ ସେମାନଙ୍କର ୨,୦୦୦ ଟଙ୍କିଆ ନୋଟ୍ ପଠାଇବା ପାଇଁ ବୀମାକୃତ ପୋଷ୍ଟ ସେବାର ଉପଯୋଗ କରିବାକୁ ଆରବିଆଇ ପ୍ରୟାସ କିରିଛି ।
ଦେଶର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ କାର୍ୟ୍ୟାଳୟ ବାହାରେ ଲାଗୁଥିବା ଲମ୍ବା ଧାଡିକୁ ଦେଖି ଆରବିଆଇ ଏଭଳି ଏକ ନିଷ୍ପତ୍ତିି ନେଇଛି ବୋଲି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ।
Powered by Froala Editor