Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୦୨୦-୨୧ରେ ସିଏସଆର୍‌ରେ ଖର୍ଚ୍ଚ କରିଛି ୧୧୪୦ କୋଟି ଟଙ୍କା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୦୨୦-୨୧ରେ ସିଏସଆର୍‌ରେ ଖର୍ଚ୍ଚ କରିଛି ୧୧୪୦ କୋଟି ଟଙ୍କା

2021-06-06 06:16:57
21508
Share:
Facebook
Twitter
E-Mail
WhatsApp
Telegram
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୦୨୦-୨୧ରେ ସିଏସଆର୍‌ରେ ଖର୍ଚ୍ଚ କରିଛି ୧୧୪୦ କୋଟି ଟଙ୍କା

ମୁମ୍ବଇ / ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷରେ ତାହାର ସାମାଜିକ କର୍ପୋରେଟ ଦାୟିତ୍ୱ (ସିଏସଆର୍‌) ନିର୍ବାହନ କ୍ଷେତ୍ରରେ ୧୧୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କମ୍ପାନୀର ସଦ୍ୟତମ ବାର୍ଷିକ ରିପୋର୍ଟରୁ ଜଣାପଡିଛି । ସେଥିମଧ୍ୟରେ କୋଭିଡ-୧୯ ବିରୋଧୀ ଲଢେଇରେ ସହଯୋଗ, ଗ୍ରାମାଂଚଳର ବିକାଶମୂଳକ ରୂପାନ୍ତରଣ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଏବଂ ବିପର୍ଯ୍ୟୟ ମୁକାବିଲା ଆଦି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି । ଏହି ରିପୋର୍ଟ ଅନୁଯାୟୀ ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ରିଲାଏନ୍ସ ସିଏସଆର୍ ବାବଦରେ ୧୦୨୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

କୋଭିଡ-୧୯ ବିରୋଧରେ ଭାରତର ଲଢେଇରେ ସାମିଲ ହୋଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ୱାସ୍ଥ୍ୟସେବା ଉପକରଣ, ଚିିକତ୍ସାରେ ବ୍ୟବହାର ହେଉଥିବା ତରଳ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ, ଭୋଜନ ଏବଂ ମାସ୍କ ବଂଟନ ଆଦି ବିଗତ ଏକବର୍ଷ ଧରି ଯୋଗାଇ ଆସୁଛି । ଏହା ନିଜର ଜାମ୍‌ନଗରସ୍ଥିତ କାରଖାନାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ବିିଭିନ୍ନ ରାଜ୍ୟକୁ ପ୍ରତିଦିନ ୧୦୦୦ ଟନ୍ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ମାଗଣାରେ ଯୋଗାଇବା ବ୍ୟବସ୍ଥା କରିଛି ଏବଂ ତଦ୍ଦ୍ୱାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି । କମ୍ପାନୀ ୨୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫.୫ କୋଟିରୁ ଅଧିକ ଭୋଜନ ବଂଟନ କରିବା ସହିତ କୋଭିଡ ଯତ୍ନ ଓ ଚିକିତ୍ସା କେନ୍ଦ୍ରଗୁଡିକ ପାଇଁ ଦେଶର ବିଭିନ୍ନ ସ୍ଥାନରେ ୨୩୦୦ରୁ ଅଧିକ ମେଡିକାଲ୍ ଶଯ୍ୟା ବ୍ୟବସ୍ଥା କରିଛି ଏବଂ ମୁମ୍ବଇରେ ଭାରତର ପ୍ରଥମ କୋଭିଡ ଡାକ୍ତରଖାନା ସ୍ଥାପନରେ ସହାୟତା କରିଛି । ତତ୍‌ସହିତ ଏହା ୮୧ ଲକ୍ଷ ପୁନଃ ବ୍ୟବହାରଯୋଗ୍ୟ ମାସ୍କ ଦେଶର ୨୧ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳରେ ୫୦ ଲକ୍ଷ ସମ୍ମୁଖଭାଗ ଯୋଦ୍ଧା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କୁ ବଂଟନ କରିଛି । ଏହି ସଂସ୍ଥା ଦେଶର ୧୮ଟି ରାଜ୍ୟର ୨୪୯ଟି ଜିଲାରେ ୧୪ହଜାରରୁ ଅଧିକ ଆମ୍ବୁଲାନ୍ସ ଏବଂ କୋଭିଡ-୧୯ ସେବାରେ ନିୟୋଜିତ ଜରୁରୀକାଳୀନ ଯାନବାହନ ପାଇଁ ୫.୫ ଲକ୍ଷ ଲିଟର ଇନ୍ଧନ ମାଗଣାରେ ଯୋଗାଇ ଦେଇଛି । ଗୁଜରାଟର ସିଲ୍‌ଭାସାଠାରେ ଏକ ନିର୍ମାଣ ୟୁନିଟ୍‌କୁ ଖୁବ୍ କମ୍ ସମୟରେ ପରିବର୍ତ୍ତତ କରାଯାଇଛି ଯାହା ବିଭିନ୍ନ ସମ୍ମୁଖଭାଗ କର୍ମୀଙ୍କ ପାଇଁ ପ୍ରତିଦିନ ୧,୦୦,୦୦୦ ପିପିଇ କିଟ୍ ଏବଂ ମାସ୍କ ପ୍ରସ୍ତୁତ କରୁଛି ।  

ଅନୁରୂପ ଭାବରେ ଗ୍ରାମାଂଚଳରେ ବିକାଶମୂଳକ ରୂପାନ୍ତରଣ ଆଣିବା ପ୍ରୟାସରେ ୧୩୧ ଲକ୍ଷ ଘନମିଟର ଜଳ ଅମଳ କ୍ଷମତା ସୃଷ୍ଟି କରିବା ସହିତ ସ୍ଥାନୀୟ ପ୍ରଶାସନକୁ ସୁଦୃଢ କରିବାକୁ ୧୦ହଜାରରୁ ଅଧିକ ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଗ୍ରାମ୍ୟ ସେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ, ୮୮୦୦ ବେରୋଜଗାରଙ୍କୁ ତାଲିମ, ୨୦ଟି ରାଜ୍ୟ ଏବଂ ୧୫୦ରୁ ଅଧିକ ସହରରେ ୩୯ ଟି କୌଶଳ ତାଲିମ ଦେଉଥିବା ସହଭାଗୀଙ୍କୁ ସମର୍ଥନ ଯୋଗାଇଛି । ରିଲାଏନ୍ସ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ (ଏମଏମୟୁ), ସ୍ଥାୟୀ ଭାବରେ ରହିଥିବା ଚିକିତ୍ସା ୟୁନିଟ (ଏସଏମୟୁ) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ଜରିଆରେ ୨.୩ ଲକ୍ଷ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିଛି । ଏହା ମଧ୍ୟ ପ୍ରାଥମିକଠାରୁ ଆରମ୍ଭ କରି ମାଧ୍ୟମିକ, ଉଚ୍ଚତର ସ୍ତରରେ ବହୁବିଧ ଶିକ୍ଷାଗତ ପ୍ରୟାସକୁ ସହାୟତା କରିଛି । ଜିଓ ଇନଷ୍ଟିଚ୍ୟୁଟ ନବି ମୁମ୍ବଇରେ ୫୨ ଏକର ପରିମିତି ଅଂଚଳ ଏବଂ ୩,୬୦,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ‘ଗ୍ରୀନଫିଲ୍ଡ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ’ ନାମରେ ଏକ ଷ୍ଟାର୍ଟଅପ କ୍ୟାମ୍ପସ ସ୍ଥାପନ କରିଛି । ଚଳିତ ଶିକ୍ଷାବର୍ଷରୁ ସେଠାରେ ତାଲିମ ପ୍ରଦାନ ଆରମ୍ଭ ହେବ ।

ଋିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜନକଲ୍ୟାଣକାରୀ ଶାଖା ରିଲାଏନ୍ସ ଫାଉଣ୍ଡେସନ ଭାରତର ଶିଶୁ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଶିକ୍ଷା ଆହରଣ ଏବଂ ନେତୃତ୍ୱ ତିଆରି କରିବା କ୍ଷେତ୍ରରେ କ୍ରୀଡାକୁ ଏକ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିଛି । ଏହା ଆରମ୍ଭ ହେବା ଦିନଠାରୁ ଫିଟ୍‌ନେସ ତାଲିମ, ପୁଷ୍ଟିସାଧନ ଏବଂ ପ୍ରଶିକ୍ଷଣ ଆଦି ଜରିଆରେ ଦେଶର ୨.୧୫ କୋଟି ଯୁବଗୋଷ୍ଠୀଙ୍କ ନିକଟରେ ପହଂଚିିଛି । ଅଲିମ୍ପିକ କ୍ରୀଡା ଏବଂ ଅନ୍ୟ ସମ୍ମାନଜନକ ଆନ୍ତର୍ଜାତିକ କ୍ରୀଡା କାର୍ଯ୍ୟକ୍ରମରେ ଭାରତର ପଦକ ବିଜୟ ସମ୍ଭାବନାରେ ଉନ୍ନତି ଆଣିବା ଲକ୍ଷ୍ୟରେ ସଂପ୍ରତି ରିଲାଏନ୍ସ ତୀରନ୍ଦାଜ, ଦୌଡକୁଦ, ବ୍ୟାଡମିଂଟନ ଏବଂ ଭାରୋତଳନ ଆଦି କ୍ଷେତ୍ରରେ ୧୧ ଜଣ କ୍ରୀଡାବିତଙ୍କୁ ସହାୟତା କରୁଛି ।

ଏହା ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ କଂପ୍ୟୁଟର ବିଜ୍ଞାନ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ମେଧା ବୃତ୍ତି ପ୍ରଚଳନ କରିବା ସହିତ ପ୍ରଯୁକ୍ତି ପ୍ଲାଟଫର୍ମ ସଂପର୍କରେ ରିଲାଏନ୍ସ ଫାଉଣ୍ଡେସନର ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ୭୬୩ ଜଣ ଶିକ୍ଷକ ଏବଂ୧୧୬ ଜଣ ଅଣଶିକ୍ଷକ କର୍ମଚାରୀଙ୍କୁ ୪୧୦୦ ଘଂଟାର ତାଲିମ ପ୍ରଦାନ କରିଛି । ଏଥିସହିତ ଏହା ୭୫ଟି ସରକାରୀ ବିଦ୍ୟାଳୟର ଉନ୍ନତିସାଧନ କରିବା ସହିତ ମଧ୍ୟପ୍ରଦେଶରେ ୨୨୧ ଜଣ ମାଷ୍ଟର ତାଲିମଦାତାଙ୍କୁ ପ୍ରଶିକ୍ଷଣ ଦେଇଛି ।

ଏହା ବାତ୍ୟା ଅମ୍ଫାନ, ନିସର୍ଗ, ବୁରେଭି ଏବଂ ନିଭାର ଆଦି ସମୟରେ ସ୍ୱୀକୃତିପ୍ରାପ୍ତ ସରକାରୀ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ବାତ୍ୟା ପୂର୍ବ ଓ ପରବର୍ତୀ ମାର୍ଗଦର୍ଶିକା ଯୋଗାଇ ଦେଇଥିଲା । ଗୋଦାବରୀରେ ହୋଇଥିବା ବନ୍ୟା କାରଣରୁ ଶସ୍ୟରେ ରୋଗପୋକ ଜନିତ ହାନି ପରିସ୍ଥିତିରେ ଏହା ବନ୍ୟା ପୂର୍ବ ଓ ପରବର୍ତୀ ସମୟରେ ୨୦ ହଜାରରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ସହାୟତା କରିଥିଲା । ଉତ୍ତରାଖଣ୍ଡରେ ବନ୍ୟା ପରବର୍ତୀ ସମୟରେ ରିଲାଏନ୍ସ ଫାଉଣ୍ଡେସନ ବିପର୍ଯ୍ୟୟ ମୁକାବିଲାକାରୀ ଦଳସହିତ ଛିଡାହୋଇ ୨୫୦ ଜଣଙ୍କ ପାଇଁ ଭୋଜନ ଏବଂ ୧୫୦ ପରିବାର ପାଇଁ ରାସନ କିଟ୍ ଯୋଗାଇ ଦେଇଥିଲା । ଅନୁରୂପ ଭାବରେ ପ୍ରାଣୀ ସମ୍ପଦଙ୍କ ସେବା ଓ ଚିକିତ୍ସା ନିମନ୍ତେ ମଧ୍ୟ ଏହା ଦେଶର ଗ୍ରାମାଞ୍ଚଳରେ ବିଭିନ୍ନ ଅଣସରକାରୀ ସଂଗଠନ ସହଯୋଗରେ ଆବଶ୍ୟକ ସହାୟତା କରିଆସୁଛି ।

Powered by Froala Editor

Tags reliance industries , reliance jio

Related articles Odisha News Lens 4.1

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14836
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15364
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14579
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13446
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14193
    Jun 15, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15102
    Jun 16, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14761
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14466
    Jun 16, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14583
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14836
    Jun 16, 2026
  • ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14626
    Jun 16, 2026
  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14193
    Jun 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14626
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14330
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15044
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13646
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15529
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14579
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14193
    Jun 15, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15102
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In