ଟୁଟୁ ନାୟକ ମୋତେ କ’ଣ ବ୍ୟାନ୍ କରିବେ ଏବେ ମୁଁ ତାଙ୍କୁ ବ୍ୟାନ୍ କରୁଛି : ମନୋଜ ମିଶ୍ର

ଭୁବନେଶ୍ୱର: ଓଲିଉଡ୍ କଳି ଘନେଇବା ପରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ‘ଟୁଟୁ ମିଶ୍ର ତାଙ୍କୁ ବ୍ୟାନ୍ କରିଥିଲେ ଏବେ ସେ ନିଜେ ଟୁଟୁ ନାୟକଙ୍କୁ ବ୍ୟାନ୍ କରିଛନ୍ତି ବୋଲି କହିଛନ୍ତି ମନୋଜ୍ ମିଶ୍ର ।
ମନୋଜ ମିଶ୍ର କହିଛନ୍ତି ଯେ, ‘ବ୍ୟାନ୍ ନେଇ ମୋତେ କିଛି ଚିଠି ଆସିନି। ମୁଁ ଜଣେ କଳାକାର, ଟୁଟୁ ନାୟକ ମୋତେ କ’ଣ ବ୍ୟାନ୍ କରିବେ ଏବେ ମୁଁ ତାଙ୍କୁ ବ୍ୟାନ୍ କରୁଛି ମୁଁ ତାଙ୍କ ସହ କୌଣସି ଫିଲ୍ମ କରିବି ନାହିଁ । ଓଡିଶାରେ ଯେବେବି ଭଲ ଫିଲ୍ମ୍ମ ହେଉଛି ଫିଲ୍ମ ଡିଷ୍ଟ୍ରିବ୍ୟୁଟର ତାକୁ ଅଟକାଇ ପଇସା ନେଇ ବାହାର ଫିଲ୍ମକୁ ହଲରେ ପକାନ୍ତି । ସେମାନଙ୍କୁ ଏକ୍ସପୋଜ୍ କରାଯାଉ । ଓଡ଼ିଶା ବାସୀ ଚାହୁଁଛନ୍ତି ଓଡ଼ିଆ ସିନେମା କେମିତି ସାରା ଦେଶରେ ପହଞ୍ଚୁ । ମୁଁ ଏଥିପାଇଁ କାମ କରୁଛି କିନ୍ତୁ କିଛି ବ୍ୟକ୍ତି ମୋତେ ଓ ମୋ କାମକୁ ବିରୋଧ କରୁଛନ୍ତି’ ।
Powered by Froala Editor