ଏହା ଖାଇଲେ ଆପଣ ଜଲଦି ହେବେ ସ୍ଲିମ
![ଏହା ଖାଇଲେ ଆପଣ ଜଲଦି ହେବେ ସ୍ଲିମ](https://odishanewslens.com/news_gallery/2546_1622951588.jpg)
ଆଜିକାଲି ଯୁଗରେ ଲୋକ ସ୍ଲିମ ଦେଖାଯିବାକୁ ଚାହିଁଥାନ୍ତି । ଏଥିପାଇଁ ଲୋକ ଅନେକ ଉପାୟ କରିଥାନ୍ତି । ଏମିତି କିଛି ଲୋକ ଅଛନ୍ତି ଓଜନ ହ୍ରାସ କରିବା ପାଇଁ ପ୍ରାୟତଃ ଖାଇବା ପିଇବା ଛାଡି ଦିଅନ୍ତି । କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱରା ଆପଣ ନିଦ୍ୱର୍ନ୍ଦରେ ନିଜର ଓଜନ କମ କରିପାରିବେ ।
-ଲେମ୍ବୁ ରସ ଓ ଗରମ ପାଣି: ନଖ ଉଷୁମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଇଲେ ଭଲ ଫାଇଦା ମିଳିଥାଏ । ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।
-ଲେମନ ଓ ଗ୍ରୀନ ଟି: ଏହି ପାନୀୟ ଶରୀରରୁ ଶୀଘ୍ର କ୍ୟାଲେରୀ ହ୍ରାସ କରିଥାଏ । ଏହା ଶରୀରରେ ଜଲ୍ଦି କାମ କରିଥାଏ । ଏହାକୁ ଅଧିକ ଫାଇଦାଯୁକ୍ତ କରିବା ପାଇଁ ଆପଣ ଏଥିରେ ଲେମ୍ବୁ ରସ ମିଶାଇ ନେଇପାରିବେ ।
-ଅଣ୍ଡା ଓ ପାଳଙ୍ଗ: ଅଣ୍ଡା ଓ ପାଳଙ୍ଗ ଉଭୟ ଶରୀରରେ ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ । ଆମଲେଟ୍ରେ ପାଳଙ୍ଗ ସାମିଲ କରି ଖାଇବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ ।
-ସେଓ ଓ ପନିର ବଟର: ଏହି ଦୁଇଟିକୁ କ୍ଲାସିକ ୱେଟଲସ ଫ୍ରେଣ୍ଡଲି ଫୁଡ ଭାବେ ପରିଗଣିତ କରାଯାଏ । ପନିର ବଟରରେ ମନୋସ୍ୟାଚୁରେଟଡ ଏବଂ ପଲିସ୍ୟାଟୁରେଟଡ ଫ୍ୟାଟ ରହିଥାଏ, ଯାହାକି ଲମ୍ବା ସମୟ ପର୍ଯ୍ୟନ୍ତ ଭୋକକୁ ରୋକି ଦେଇଥାଏ । ଇନ୍ସୁଲିନ ମେଟାବୋଲିଜିମକୁ ମଜବୁତ କରିଥାଏ । ଏହି ଦୁଇଟିକୁ ମିଶାଇ ଖାଇବା ଦ୍ୱାରା ଶରୀରରେ ଜଲ୍ଦି ଓଜନ ହ୍ରାସ ହୋଇଥାଏ ।
Powered by Froala Editor