କରୋନାରୁ ସୁସ୍ଥ ହେବା ପରେ କାହିଁକି ଅନେକ ହେଉଛନ୍ତି ଡାଇବେଟିସର ଶିକାର ?

କରୋନାର କରାଳ କାୟାରୁ ବଞ୍ଚିବା ପାଇଁ ରାହା ଖୋଜୁଛି ସାରା ବିଶ୍ୱ । ଏହାର ମୁକାବିଲା ପାଇଁ ଟୀକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । କିନ୍ତୁ ଏହି ପ୍ରାଣଘାତୀ ଭାଇରସକୁ ନେଇ ଏକ ନୁଆ ତଥ୍ୟ ସାମ୍ନାକୁ ଆସିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କରୋନା ଭାଇରସ କେବଳ ମଧୁମେୟ ବା ଡାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ଲୋକଙ୍କ ଶରୀରରେ ଡାଇବେଟିସ ସମସ୍ୟା ସୃଷ୍ଟି କରୁଛି । ଏହା କେବଳ ବଡ ଲୋକଙ୍କଠାରେ ନୁହେଁ, ଛୋଟପିଲା ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆମେରିକାର ଭେଟେରାନ୍ସ ଅଫେୟାର୍ସ ସେଣ୍ଟ ଲୁଇସ ହେଲ୍ଥ କେୟାର ସିଷ୍ଟମରେ ଥିବା କ୍ଲିନିକାଲ ଏପିଡୋମୋଲୋଜି ସେଣ୍ଟରର ନିଦେ୍ର୍ଧଶକ ଜିୟାଦ ଅଲ-ଏଲି । ରିପୋର୍ଟ ସାର୍ସ-କୋଭ-୨ ଅନୁଯାୟୀ, ଭାଇରସ ପାନକ୍ରିୟାଜ ସହ ଇନ୍ସୁଲିନ ତିଆରି କରୁଥିବା ଗ୍ରନ୍ଥି ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ମଧୁମେୟ ସମସ୍ୟା ଦେଖାଦେଇଥାଏ । ଏମିତିକି କିଛି ପିଲାଙ୍କ ମଧ୍ୟରେ କରୋନାର ଅଳ୍ପ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଡାଇବେଟିସ ହେବାର ସମ୍ଭାବନା ରହିଥାଏ । ଏହି ଭାଇରସର ଆକ୍ରମଣରେ ପ୍ରଥମେ ଫୁସଫୁସ ପ୍ରଭାବିତ ହୋଇଥାଏ । ଯାହା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ । ଏହା ପରେ ଏହା ଶରୀରର ଅନେକ ଅଙ୍ଗର କ୍ଷତି କରିଥାଏ । ରିପୋର୍ଟ ଅନୁସାରେ କୋଭିଡରୁ ସୁସ୍ଥ ହେବାର ୬ ମାସ ପରେ ୩୯% ଲୋକ ଡାଇବେଟିସ ରୋଗର ପିଡିତ ହେଉଥିବା ଜଣାପଡିଛି ଓ ଏହାର ପ୍ରଭାବ ଏବେ ପିଲାଙ୍କଠାରେ ଦେଖିବାକୁ ମିଳୁଛି, ତେଣୁ ଯେତେ ସମ୍ଭବ ସତର୍କ ରହିବା ଉଚିତ୍ ।
Powered by Froala Editor