ଟ୍ରେନ୍ ଧକ୍କାରେ ମାଈ ହାତୀ ମୃତ
ଭୁବନେଶ୍ୱର : ଟ୍ରେନ୍ ଧକ୍କାରେ ମାଈ ହାତୀ ମୃତ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ପଳସା ଗ୍ରାମ ନିକଟସ୍ଥ ଟ୍ରେନ ଲାଇନ ଉପରେ ଆଜି ସକାଳ ୫ ଘଟିକା ସମୟରେ ମାଲବାହୀ ଟ୍ରେନ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ସୂଚନା ଅନୁଯାୟୀ ହାତୀପଲ ଟ୍ରେନ ଲାଇନ ଅପରପାର୍ଶ୍ଵରେ ଥିବାବେଳେ ମାଈ ହାତୀଟି ଟ୍ରେନ ଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ ତାକୁ ଧକ୍କା ଦେଇଥିଲା। ଫଳରେ ହାତୀଟିର ମୃତ୍ୟୁ ଘଟିଥିଲା। ଆଉ ଏକ ଦନ୍ତା ହାତୀ ଟ୍ରେନ ଲାଇନରେ ପଡ଼ି ଅଳ୍ପକେ ବଞ୍ଚି ଯାଇଥିବା ଜଣାପଡ଼ିଛି। ଗତକାଲି ବନ ବିଭାଗ ହାତୀ ଗତିବିଧିର କୌଣସି ସୂଚନା ରଖି ନ ଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମୃତ ହାତୀର ବୟସ ପାଖାପାଖି ୩୦ ବର୍ଷ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Powered by Froala Editor