ଖସିଗଲା ଗୋଡ଼, ବୁଡ଼ିଗଲେ ଯୁବ ଡାକ୍ତର
ବ୍ରହ୍ମପୁର: ଗଞ୍ଜାମ ଜିଲା ସୋରଡ଼ା ଥାନା ଭଗବାନପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡ଼ିଗଲେ ଯୁବ ଡାକ୍ତର। ବହୁ ଖୋଜାଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ରାକେଶ କୁମାର ପାଢ଼ୀ ଗତକାଲି ୩ ଜଣ ସାଙ୍ଗଙ୍କ ସହ ପିକ୍ନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ। ଭୋଜି ଖାଇବା ପରେ ୪ ସାଙ୍ଗ ହୁଳୁହୁଳା ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ଗଣ୍ଡରେ ଗୋଡ଼ ଖସି ଯିବାରୁ ବୁଡାକ୍ତର ରାକେଶ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ରାକେଶଙ୍କ ମୃତଦେହ ଉଦ୍ଧାର ପରେ ତୁରନ୍ତ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Powered by Froala Editor